ଗୋପାଳ ଦାସଙ୍କ ଓକିଲଙ୍କ ଚାଞ୍ଚଲ୍ୟକର ତଥ୍ୟ

ପୁର୍ବତନ ମନ୍ତ୍ରୀ ନବ ଦାସଙ୍କ ECG ରିପୋର୍ଟ ଉଭାନ ! ଝାରସୁଗୁଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ପରେ କରାଯାଇଥିଲା ECG । ଗୁଳି ବାଜିବା ପରେ ଭୁବନେଶ୍ବର ହସପିଟାଲକୁ ନେବା ବେଳକୁ ନବଙ୍କ ଅବସ୍ଥା କିଭଳି ଥିଲା ଜଣାପଡ଼ିଥା’ନ୍ତା ? କାହିଁକି ନବଙ୍କୁ ଘରୋଇ ହସପିଟାଲ ନିଆଯାଇଥିଲା ? କ୍ରାଇମବ୍ରାଞ୍ଚ ପ୍ରାଥମିକ ଚାର୍ଜସିଟରେ ଇସିଜି ରିପୋର୍ଟ ବିଷୟରେ କିଛି ତଥ୍ୟ ନଥିଲା ।

ନବ ଦାସ ହତ୍ୟା ମାମଲାର ଅଭିଯୁକ୍ତ ଗୋପାଳ ଦାସଙ୍କ ଓକିଲଙ୍କ ଚାଞ୍ଚଲ୍ୟକର ତଥ୍ୟ । ଗୁଳିକାଣ୍ଡ ପରେ ନବ ଦାସଙ୍କୁ ଆମ୍ବୁଲାନସରେ ଏୟରପୋର୍ଟକୁ ନେବା ଆଉ ଏୟାରପୋର୍ଟରୁ ଭୁବନେଶ୍ବର ହସପିଟାଲକୁ ଏୟାରଲିଫ୍ଟ କରିବା ସମୟରେ ଷ୍ଟ୍ରେଚରରେ ନେବା ସନ୍ଦେହ ସୃଷ୍ଟି କରିଛି। ନବ ଗୁରୁତର ଥିବା ବେଳେ ବିନା ଅକ୍ସିଜେନରେ କିଭଳି ଷ୍ଟେଚରରେ ହସପିଟାଲ ନିଆଗଲା ଏହି ଇସିଜି ରିପୋର୍ଟରୁ ଜଣାପଡିଥାନ୍ତା । ତଦନ୍ତକାରୀ ସଂସ୍ଥା କ୍ରାଇମବ୍ରାଞ୍ଚ ଏ ନେଇ ହସପିଟାଲକୁ ଇସିଜି ରିପୋର୍ଟ ମାଗିନଥିବା ଜଣାପଡିଛି।

Post Views12 Total Count

Apply Now


This will close in 0 seconds

error: Content is protected !!