ଆସନ୍ତାକାଲି ଠାରୁ ସକାଳୁଆ ସ୍କୁଲ

ବର୍ଦ୍ଧିତ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ପାଠପଢ଼ାରେ ସମୟ ପରିବର୍ତ୍ତନ କରାଯାଇଛି। ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏନେଇ ବିଜ୍ଞପ୍ତି ପ୍ରକାଶ କରିଛି। ବିଜ୍ଞପ୍ତି ଅନୁସାରେ ଆସନ୍ତାକାଲି (ଶୁକ୍ରବାର) ଠାରୁ ବିଦ୍ୟାଳୟଗୁଡ଼ିକରେ ସକାଳୁଆ ପାଠ ପଢ଼ା ହେବ। ଛାତ୍ରଛାତ୍ରୀମାନେ ସକାଳ ୬ଟା ୩୦ରୁ କ୍ଲାସ ଆରମ୍ଭ କରିବେ। ପାଠପଢ଼ା ସକାଳ ୬ଟା ୩୦ରୁ ଆରମ୍ଭ ହୋଇ ୧୦ଟା ୩୦ ପର୍ଯ୍ୟନ୍ତ ଜାରି ରହିବ। ଏହି ନିୟମ ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପିଲାଙ୍କ ପାଇଁ ଲାଗୁ ହେବ।

ସକାଳୁଆ ସ୍କୁଲ ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି ଯେ, ନିୟମ ତତକ୍ଷଣାତ୍ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଜିଲ୍ଲାପାଳମାନଙ୍କୁ ଗଣଶିକ୍ଷା ବିଭାଗ ପକ୍ଷରୁ ଚିଠି ମଧ୍ୟ ପଠାସରିଛି। ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ବୃଦ୍ଧି ପାଉଥିବାରୁ ଏପରି ନିଷ୍ପତ୍ତି ନିଆଯାଇଥିବା କୁହାଯାଇଛି। ସୂଚନାଯେଗ୍ୟ, ରାଜ୍ୟରେ ଦିନକୁ ଦିନ ତାପମାତ୍ର ରେକର୍ଡ ପରେ ରେକର୍ଡ ଭାଙ୍ଗୁଛି। ମାର୍ଚ୍ଚ ମାସରୁ ତାପମାତ୍ରା ୪୦ ଡିଗ୍ରି ପାର କରିଛି। ପ୍ରବଳ ଖରାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସକାଳୁଆ ସ୍କୁଲ ନିଷ୍ପତ୍ତି ନେଇ ପାରନ୍ତି ବୋଲି କୁହାଯାଉଥିଲା। ପୂର୍ବରୁ ଯାହା ଅନୁମାନ କରାଯାଉଥିଲା, ତାହା ହିଁ ହୋଇଛି।

ସେହିପରି ଅଙ୍ଗନବାଡ଼ିରେ ପାଠପଢ଼ା ନେଇ ରାଜ୍ୟ ସରକାର ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ପ୍ରବଳ ଖରାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆସନ୍ତା ଅପ୍ରେଲ୍‌ ୨ରୁ ସକାଳୁଆ ପାଠ ପଢ଼ା ହେବ ବୋଲି କହିଛନ୍ତି। ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ଆସନ୍ତା ୨ ତାରିଖ ଠାରୁ ସକାଳ ୭ଟାରୁ ୯ଟା ଯାଏଁ ଅଙ୍ଗନବାଡି କେନ୍ଦ୍ର ଚାଲିବ। ତାତି ବଢ଼ିଲେ ଅଙ୍ଗନବାଡି କେନ୍ଦ୍ର ଛୁଟି ସହିତ ଛୁଆଙ୍କ ପାଇଁ ଖାଦ୍ୟ ହୋମ୍ ଡେଲିଭରି କରାଯିବ। ଏତଦ୍‌ ବ୍ୟତୀତ ଦିନ ୧୧ଟାରୁ ଅପରାହ୍‌ଣ ୩ଟା ଯାଏ ଶ୍ରମିକମାନଙ୍କ କାମ ବନ୍ଦ ରହିବ। ଖିଲାପ କଲେ ମାଲିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ।

Post Views46 Total Count

Apply Now


This will close in 0 seconds

error: Content is protected !!