ନବୀନ ପଟ୍ଟନାୟକ ଓ ବିଧାୟକ ଲକ୍ଷ୍ମଣ ବାଗ ସାମ୍ନାସାମ୍ନି

ଆଜି ବିଧାନସଭାରେ ଶପଥପାଠ ପାଇଁ ପହଞ୍ଚିଥିଲେ ନବନିର୍ବାଚିତ ବିଧାୟକ । ଏହି କ୍ରମରେ ସେଠାରେ ହିଞ୍ଚିଳି ବିଧାୟକ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ହସ ହସ ମୁହଁରେ ନବୀନ ବିଧାନସଭାରେ ପହଞ୍ଚିଥିବା ଦେଖିବାକୁ ମିଳିଥିଲା । ନବୀନ ଗୃହକୁ ପ୍ରବେଶ କରିବାବେଳେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ , ଦୁଇ ଉପମୁଖ୍ୟମନ୍ତ୍ରୀଙ୍କ ସହ ଅନ୍ୟ ସମସ୍ତ ବିଧାୟକ ନିଜ ନିଜ ଆସନରୁ ଉଠି ତାଙ୍କୁ ନମସ୍କାର ଜଣାଇଥିଲେ ।

ଏହି ସମୟରେ ଆମନାସାମନା ହୋଇଥିଲେ ନବୀନ ଓ ତାଙ୍କୁ କଣ୍ଟାବାଂଜିରେ ହରାଇଥିବା ବିଜେପି ବିଧାୟକ ଲକ୍ଷ୍ମଣ ବାଗ୍ । ଏହି ଦୃଶ୍ୟ ବେଶ୍ ରୋଚକ ଥିଲା ।ଲକ୍ଷ୍ମଣ ନବୀନଙ୍କୁ ନିଜର ପରିଚୟ ଦେବାପରେ ନବୀନ ତାଙ୍କୁ ଇଂରାଜୀରେ ପଚାରିଥିଲେ , ‘ୟୁ ଡିଫିଟେଡ୍ ମି’? ବିଧାନସଭା ଶପଥ ନେବା ପାଇଁ ଜଣେ ପରେ ଜଣେ ବିଧାୟକ ବିଧାନସଭାରେ ପହଂଚିଛନ୍ତି ।

ହେଲେ ସମସ୍ତଙ୍କ ନଜର ରହିଥିଲା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଉପରେ । କିଛି ବିଧାୟକ ପହଞ୍ଚିିବା ପରେ ବିଧାନସଭାରେ ପହଞ୍ଚିିଥିଲେ ନବୀନ । ବିଧାନସଭାରେ ପହଞ୍ଚିବା ପରେ ବିଜେଡି ବିଧାୟକମାନେ ତାଙ୍କୁ ସ୍ୱାଗତ କରି ଗୃହ ଭିତରକୁ ନେଇଥିଲେ । ପୂର୍ବରୁ ଅନେକ ଥର ବିଧାନସଭାକୁ ଆସିଛନ୍ତି ନବୀନ ପଟ୍ଟନାୟକ ।

ହେଲେ ଏଥର ନବୀନ ଗୃହକୁ ଆସିବା ଟିକେ ଅଲଗା ଥିଲା । ପୂର୍ବରୁ ସବୁବେଳେ ମୁଖ୍ୟମନ୍ତ୍ରୀ ଭାବେ ନବୀନ ଗୃହ ଭିତରକୁ ଯାଇଥିଲେ । ହେଲେ ପ୍ରଥମ ଥର ନବୀନ ବିରୋଧୀ ଭାବେ ବିଧାନସଭାର ପ୍ରବେଶ କରିଥିଲେ । ତାଙ୍କ ପ୍ରତି ବିଧାୟକଙ୍କ ସମ୍ମାନ ଓ ଶ୍ରଦ୍ଧା ଦେଖିବାର ଥିଲା ।

Post Views90 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!