ଜାଣନ୍ତୁ ଏମିତି କାହିଁକି କହିଲେ ଜୟ ନାରାୟଣ

କ୍ଷୋଭ ପ୍ରକାଶ କଲେ ବିଜେପିର ବରିଷ୍ଠ ନେତା ଜୟନାରାୟଣ ମିଶ୍ର । ଆଜି ଜୟନାରାୟଣ ବୁର୍ଲାରେ ଅନୁଷ୍ଠିତ ବିଜେପି ବୈଠକରେ ଅତିଥିଙ୍କ ପାଇଁ ଉଦ୍ଦିଷ୍ଟ ମଞ୍ଚରେ ନବସି ପଛ ଧାଡ଼ିରେ ବିଧାୟକଙ୍କ ଗହଣରେ ବସିଥିବା ଦେଖିବାକୁ ମିଳିଥିଲା । ଜୟନାରାୟଣଙ୍କୁ ମଞ୍ଚରେ ବସିବା ପାଇଁ ଦଳର ଅନ୍ୟ ନେତାମାନେ ଅନୁରୋଧ କରିଥିଲେ ବି ସେ ଆସିନଥିଲେ । ଏ ସମ୍ପର୍କରେ ଜୟନାରାୟଣଙ୍କୁ ସାମ୍ବାଦିକଙ୍କ ପ୍ରଶ୍ନ ପରେ, ତାଙ୍କର ସେଠାରେ ବସିବାର ଯୋଗ୍ୟତା ନଥିବା କ୍ୟାମେରା ସାମ୍ନାରେ କହିଛନ୍ତି ଜୟନାରାୟଣ। ଏଥିସହିତ ତାଙ୍କୁ ଅବହେଳା କରାଯାଉଛି କି ବୋଲି ପ୍ରଶ୍ନର ଉତ୍ତରରେ କହିଥିଲେ, ମୋ ଦଳରେ ମୋତେ କିଏ କାହିଁକି ଅବହେଳା କରିବ?

ବୈଠକରେ କ’ଣ ଆଲୋଚନା କରାଗଲା ସେ ନେଇ ମଧ୍ୟ ଜୟନାରାୟଣଙ୍କୁ ପ୍ରଶ୍ନ କରିଥିଲେ ସାମ୍ବାଦିକ । ତେବେ ଏହାର ଉତ୍ତରରେ ଜୟନାରାୟଣ କହିଥିଲେ, ‘ଏହି ପ୍ରଶ୍ନ ବଡ଼ ବଡ଼ ନେତାମାନଙ୍କୁ ପଚାରନ୍ତୁ, ଛୋଟକାଟିଆଙ୍କୁ ଏଥିରେ କାହିଁକି ପଶାଉଛନ୍ତି ।’ ସେପଟେ ଜୟନାରାୟଣଙ୍କ ଭଳି ବରିଷ୍ଠ ନେତା କାହିଁକି ମଞ୍ଚରେ ବସିଲେ ନାହିଁ, ସେ ସମ୍ପର୍କିତ ପ୍ରଶ୍ନକୁ ଏଡାଇ ଯାଇଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ।

Post Views5 Total Count

Apply Now


This will close in 0 seconds

error: Content is protected !!