ରାଜ୍ୟରେ ଖୋଲିବ ପୋଷଣ କେନ୍ଦ୍ର 

ଅତ୍ୟାବଶକ ସାମଗ୍ରୀ ପାଇଁ ରାଜ୍ୟରେ ଖୋଲିବ ପୋଷଣ କେନ୍ଦ୍ର । ପାଇଲଟ୍‌ ପ୍ରୋଜେକ୍ଟରେ ୩୫ଟି ପୋଷଣ କେନ୍ଦ୍ର ଖୋଲାଯିବ ବୋଲି ସୂଚନା ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ପୋଷଣ କେନ୍ଦ୍ର ଜରିଆରେ ଗରିବ ଓ ମଧ୍ୟବିତ୍ତଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇଦେବେ ସରକାର । ରାଜ୍ୟର ଖୋଲାଯିବାକୁ ଥିବା ସବୁ ପୋଷଣ କେନ୍ଦ୍ରରେ ଡାଲି, ଅଟା, ତେଲ ଓ ଚାଉଳ ଭଳି ଅତ୍ୟାବଶ୍ୟକ ସାମଗ୍ରୀ ମିଳିବ । ତେବେ ଏହାର ଲାଭ ଉଠାଇବା ପାଇଁ ହିତାଧିକାରୀଙ୍କୁ ସ୍ୱତନ୍ତ୍ର କାର୍ଡ ମିଳିବ । ଏଥିପାଇଁ କେନ୍ଦ୍ର ଓ ରାଜ୍ୟ ସବସିଡି ଦେବେ, ଏଥିପାଇଁ ଆଲୋଚନା ଚାଲିଛି । ପାଇଲଟ ପ୍ରୋଜେକ୍ଟରେ ୩୫ଟି ପୋଷଣ କେନ୍ଦ୍ର ଖୋଲାଯିବ । ଏହା ସଫଳ ହେଲେ ପ୍ରତି ପଂଚାୟତରେ ପୋଷଣ କେନ୍ଦ୍ର ଖୋଲିବ ବୋଲି ଯୋଗାଣ ମନ୍ତ୍ରୀ ସୂଚନା ଦେଇଛନ୍ତି ।

ସେହିପରି ସେ ଆହୁରି କହିଛନ୍ତି, ଗୁଜୁରାଟ ମଡେଲରେ ପୋଷଣ କେନ୍ଦ୍ର ହେବ ବୋଲି ଯୋଜନା କରାଯାଇଛି। ଏଥିପାଇଁ ସରକାରୀ ଅଧିକାରୀଙ୍କୁ ପ୍ରାଥମିକ ପ୍ରଶିକ୍ଷଣ ଦିଆଯାଇସାରିଛି । ଅଧିକାରୀଙ୍କର ଏକ ସ୍ୱତନ୍ତ୍ର ଟିମ୍‌ ଗୁଜୁରାଟ ଯିବେ ବୋଲି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି ।

Post Views6 Total Count

Apply Now


This will close in 0 seconds

error: Content is protected !!