ଦିଲ୍ଲୀ ଏମ୍‌ସରେ ବଳଙ୍ଗା ପୀଡିତାଙ୍କ ଚାଞ୍ଚଲ୍ୟକର ବୟାନ

ଦିଲ୍ଲୀ ଏମ୍‌ସରେ ବଳଙ୍ଗା ପୀଡିତାଙ୍କ ବୟାନ ରେକର୍ଡ କରାଯାଇଛି। ବୟାନରେ ପୀଡିତା ଅନେକ ଗୁରୁତ୍ୱପୂର୍ଣ୍ଣ କଥା କହିଥିବା ସୂଚନା ମିଳିଛି। ଦିଲ୍ଲୀରୁ ଟିମ୍‌ ଫେରିବା ପରେ ବହୁ ଗୁରୁତ୍ୱପୂର୍ଣ୍ଣ କଥା ପ୍ରକାଶ କରିପାରନ୍ତି। ଏହା ମଧ୍ୟ ସୂଚନା ମିଳିଛି କି ୩ ଦୃର୍ବୁତ୍ତ ନିଆଁ ଲଗାଇଥିବା କଥା ପୀଡିତା ଜଣଙ୍କ ପ୍ରତ୍ୟକ୍ଷଦର୍ଶୀଙ୍କୁ କହିନଥିଲେ। ସେ କେବଳ ମୋତେ ବଞ୍ଚାଇଦିଅ,ପାଣି ଦିଅ ବୋଲି କହିଥଇଲେ। ସେପଟେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ପୋଲିସର ତଦନ୍ତ। ଆସନ୍ତାକାଲି ଦିଲ୍ଲୀରୁ ଫେରିବେ ପୁରୀ ଡିଏସ୍‌ପି ଏବଂ ବଳଙ୍ଗା ଥାନା ଅଧିକାରୀ।

ପୁରୀ SP ପିନାକ ମିଶ୍ର ସୂଚନା ଦେଇ କହିଛନ୍ତି, ଦିଲ୍ଲୀ AIIMSରେ ବଳଙ୍ଗା ପୀଡ଼ିତାଙ୍କ ବୟାନ ରେକର୍ଡ କରାଯାଇଛି। ଏଥିସହ ଦିଲ୍ଲୀରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ବୟାନ ରେକର୍ଡ ହେବ। ତଦନ୍ତ ଶେଷ ପର୍ଯ୍ୟାୟରେ ପହଞ୍ଚିଛି, ଆଇନଗତ ଦିଗକୁ ଦୃଷ୍ଟିରେ ରଖାଯାଇଛି। ଘଟଣା ପଛର କାରଣ ସାର୍ବଜନୀନ କରାଯିବ। ପୀଡ଼ିତାଙ୍କ ସ୍ବାସ୍ଥ୍ୟକୁ ବିଶେଷ ଧ୍ୟାନ ଦିଆଯାଇଛି ବୋଲି ଏସ୍‌ପି କହିଛନ୍ତି।

Post Views34 Total Count

Apply Now


This will close in 0 seconds

error: Content is protected !!