ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା, ସରକାରଙ୍କୁ ଘେରିଲେ ବିରୋଧୀ

ବିଧାନସଭା ତଥ୍ୟ ଅନୁଯାୟୀ ୨୦୨୪-୨୫ ଆର୍ଥିକ ବର୍ଷରେ ଗତ ଜାନୁଆରୀ ମାସ ସୁଦ୍ଧା ଅର୍ଥାତ ୧୦ ମାସ ଭିତରେ ୧୧୧ଟି ହତ୍ୟା, ୨୦ ଡକାୟତି, ୧୫୦୯ଟି ଚୋରି, ୧୦୧ଟି ଦଙ୍ଗା, ୬୫୫ଟି ଅସଦାଚରଣ ଓ ୭୯ଟି ଯୌନ ନିର୍ଯାତନା ମାମଲା ରୁଜୁ ହୋଇଛି । ବଢୁଥିବା ଅପରାଧ ନିୟନ୍ତ୍ରଣ ଏବେ ପୋଲିସ୍ ପାଇଁ ପାଲଟିଛି ବଡ଼ ଚ୍ୟାଲେଞ୍ଜ।

ଭୁବନେଶ୍ବର, କଟକ, ସମ୍ବଲପୁର, ବ୍ରହ୍ମପୁର ଓ ଅନୁଗୁଳରେ ଲାଗିଛି ରକ୍ତର ଛିଟା । ଭୁବନେଶ୍ବରରେ ଗତ କାଲି ଦୁଇଟି ହତ୍ୟାକାଣ୍ଡ ଘଟିଥିବା ବେଳେ କଟକ, ସମ୍ବଲପୁର, ବ୍ରହ୍ମପୁର ଓ ଅନୁଗୁଳରେ ବି ହୋଇଛି ମର୍ଡର । କିଛି ସ୍ଥାନରେ ହୋଲିକୁ ନେଇ ହିଂସା ହୋଇଥିବା ନଜରକୁ ଆସିଛି । ତେବେ ଭୁବନେଶ୍ବର ଡବଲ୍ ମର୍ଡର ମାମଲାରେ ୬ ଜଣଙ୍କୁ ଗିରଫ କରିଛି । ବିରୋଧୀ ଏହାକୁ ମୁଖ୍ୟ ପ୍ରସଙ୍ଗ କରି ସରକାରକୁ ଘେରିଛନ୍ତି । ବିଜେଡ଼ି କହିଛି ରାଜ୍ୟର ମହାନଗର ଗୁଡିକରେ ହୋଲିରେ ମହା ମର୍ଡର ହେବା ସରକାରଙ୍କ ଅପାରଗତାକୁ ଦର୍ଶାଉଛି । ଲଗାତାର ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହେଉଥିବାରୁ ଏହି ପ୍ରସଙ୍ଗ ବିଧାନସଭାରେ ଉଠାଯିବ ।

Post Views33 Total Count

Apply Now


This will close in 0 seconds

error: Content is protected !!