ଓଡ଼ିଶାରେ ବିଜେପି ସରକାରକୁ ପୂରିଛି ୨ ବର୍ଷ

ଓଡ଼ିଶାରେ ବିଜେପି ସରକାରକୁ ପୂରିଛି ୨ ବର୍ଷ । ପ୍ରଥମଥର ରାଜ୍ୟ ଦେଖିଥିଲା ବିଜେପି ସରକାର । ଠିକ୍ ଦୁଇ ବର୍ଷ ତଳେ ଅର୍ଥାତ୍ ଜୁନ୍ ୧୨, ୨୦୨୪ରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।

ଏହି ଦୁଇ ବର୍ଷ ଭିତରେ ମୋହନ ସରକାରଙ୍କ ଅନେକ ଯୋଜନା ଲୋକଙ୍କୁ ଆକୃଷ୍ଟ କରିଛି । ନିର୍ବାଚନ ପ୍ରତିଶ୍ରୁତି ମୁତାବକ ସରକାର ‘ସୁଭଦ୍ରା’ ଯୋଜନାକୁ କାର୍ଯ୍ୟକାରୀ କରିଛନ୍ତି । ଯୋଗ୍ୟ ମହିଳାମାନଙ୍କୁ ଦୁଇଟି କିସ୍ତିରେ ବର୍ଷକୁ ୧୦ ହଜାର ଟଙ୍କା ଦିଆଯାଉଛି । ନୂଆ ସରକାରଙ୍କର ଏହା ସବୁଠାରୁ ବଡ଼ ଯୋଜନା ଭାବେ ବିବେଚନା କରାଯାଉଛି ।

ସେହିପରି ଧାନର ଏମ୍ଏସ୍‌ପି ଉପରେ ୮୦୦ ଟଙ୍କାର ଇନ୍‌ପୁଟ୍ ସବ୍‌ସିଡି ଦିଆଯାଉଛି । ରାଜ୍ୟର ଚାଷୀମାନେ ଏହା ଦ୍ବାରା ସିଧାସଳଖ ଉପକୃତ ହୋଇପାରୁଛନ୍ତି । ପୂର୍ବ ସରକାର ସମୟରେ ଆୟୁଷ୍ମାନ ଯୋଜନା କାର୍ୟ୍ୟକାରୀ ହୋଇପାରୁ ନଥିଲା ।

Post Views9 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!