ମଣିପୁରର ୭ ଜିଲ୍ଲାରେ ଇଣ୍ଟରନେଟ୍‌ ବନ୍ଦ, ଜାଣନ୍ତୁ କଣ ରହିଛି କାରଣ

ଭୟଙ୍କର ହେବାରେ ଲାଗିଛି ମଣିପୁର ହିଂସା । ହିଂସା ପ୍ରଭାବିତ ମଣିପୁରରେ ପୁଣି ଜାରି ହେଲା କର୍ଫ୍ୟୁ। ଇମ୍ଫାଲ ୱେଷ୍ଟ ଏବଂ ଇମ୍ଫାଲ ଇଷ୍ଟରେ କର୍ଫ୍ୟୁ ଲାଗୁ କରାଯିବା ସହିତ ୭ଟି ଜିଲ୍ଲାରେ ଇଣ୍ଟରନେଟ ସେବା ବନ୍ଦ କରିଦିଆଯାଇଛି। ଗତ ସୋମବାରଠାରୁ ଅପହୃତ ଗୋଟିଏ ପରିବାରର ୬ ଜଣଙ୍କୁ କୁକି ଉଗ୍ରପନ୍ଥୀମାନେ ନିର୍ମମ ହତ୍ୟା କରିଛନ୍ତି। ସମସ୍ତଙ୍କ ମରଶରୀର ଏକ ନଦୀରୁ ମିଳିବା ପରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ମୃତକଙ୍କ ମଧ୍ୟରେ ୩ ଜଣ ମହିଳା ଓ ୩ ଜଣ ଶିଶୁ ଅଛନ୍ତି। ଏକ ୮ ମାସର ଶିଶୁକୁ ବି ସେମାନେ ଛାଡ଼ିନାହାନ୍ତି ।

ଉତ୍ତର-ପୂର୍ବ ରାଜ୍ୟରେ ଜାରି ରହିଥିବା ଅପ୍ରୀତିକର ପରିସ୍ଥିତିକୁ ଦୃଷ୍ଟିରେ ରଖି ଇମ୍ଫାଲ ପଶ୍ଚିମ, ଇମ୍ଫାଲ ପୂର୍ବ, ବିଷ୍ଣୁପୁର, ଥୋବାଲ, କାକଚିଙ୍ଗ, କାଙ୍ଗପୋକପି ଏବଂ ଚୁରାଚନ୍ଦପୁର ଜିଲ୍ଲାରେ ଦୁଇ ଦିନ ପାଇଁ ଇଣ୍ଟରନେଟ ବନ୍ଦ କରିଦିଆଯାଇଛି। ଇମ୍ଫାଲ ଉପତ୍ୟକାର କେତେକ ଜିଲ୍ଲାରେ ବ୍ୟାପକ ହିଂସା ହୋଇଥିବା ଜଣାପଡ଼ିଛି। ଆନ୍ଦୋଳନକାରୀମାନେ ଅନେକ ବିଧାୟକଙ୍କ ଘରେ ପଶି ଅନେକ ସମ୍ପତ୍ତି ନଷ୍ଟ କରିଦେଇଥିବା ଖବର ମଧ୍ୟ ଆସିଛି।

Post Views4 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!