ଭିକ୍ଟୋରିଆ କଜେର ହେଲେ ମିସ୍ ୟୁନିଭର୍ସର ବିଜେତା

ମିସ ୟୁନିଭର୍ସ ୨୦୨୪ ବିୟୁଟି କଣ୍ଟେଷ୍ଟର ୭୩ତମ ସଂସ୍କରଣ ମେକ୍ସିକୋର ଆରେନା ସିଡିଏମଏକ୍ସ, ମେକ୍ସିକୋ ସିଟିରେ ଅନୁଷ୍ଠିତ ହୋଇଥିଲା । ଏହି ବିୟୁଟି କଣ୍ଟେଷ୍ଟରେ ଚଳିତ ବର୍ଷ ୧୨୫ଟି ଦେଶରୁ ଅନେକ ପ୍ରତିଭା ସମ୍ପର୍ଣ୍ଣ ପ୍ରତିଯୋଗୀମାନେ ଭାଗ ନେଇଥିଲେ।

ଏହି କ୍ରମରେ ମିସ ୟୁନିଭର୍ସ -୨୦୨୪ ଘୋଷଣା ହୋଇସାରିଛି। ଚଳିତ ବର୍ଷର ପ୍ରଥମ ରନର୍‌ ଅପ ନାଇଜେରିଆର ଚିଡିମ୍ମା ଆଡେଟସିନା, ଦ୍ୱିତୀୟ ରନର୍‌ ଅପ ମେକ୍ସିକୋର ମାରିଆ ଫର୍ନାଣ୍ଡା ବେଲ୍ଟ୍ରାନ, ତୃତୀୟ ରନର୍‌ ଅପ ଥାଇଲ୍ୟାଣ୍ଡର ଓପମ୍‌ଲ ସୁଚାତା ଚୁଆଙ୍ଗସ୍ରି ଏବଂ ଚତୁର୍ଥ ରନର୍‌ ଅପ ଭେନେଜୁଏଲର ଇଲିଆନା ମାର୍କେଜ ରହିଛନ୍ତି। ଚଳିତ ବର୍ଷର ମିସ ୟୁନିଭର୍ସ-୨୦୨୪ର ମୁକୁଟ ବିଜେତା ଭିକ୍ଟୋରିଆ କେଜର୍‌ ଥେଲଭିଗଙ୍କ ମୁଣ୍ଡରେ ଶୋଭା ପାଇଛି। ଗତ ବର୍ଷର ମିସ ୟୁନିଭର୍ସ ବିଜେତା ନିକାରାଗୁଆର ଶେନିସ ପାଲାସିଓସ ଚଳିତ ବର୍ଷର ମିସ ବିଜେତା ଭିକ୍ଟୋରିଆ କେଜର୍‌ ଥେଲଭିଗଙ୍କୁ ମୁକୁଟ ପିନ୍ଧାଇଥିଲେ।ମିସ ୟୁନିଭର୍ସ ୨୦୨୪ ର ଗ୍ରାଣ୍ଡ ଫିନାଲରେ ଭାରତର ରିୟା ସିଙ୍ଗା ମଧ୍ୟ ଅଂଶଗ୍ରହଣ କରିଥିଲେ, ଯିଏ ଶ୍ରେଷ୍ଠ ୩୦ରେ ସ୍ଥାନ ପାଇଥିଲେ, କିନ୍ତୁ ଶ୍ରେଷ୍ଠ ୧୨ରେ ପ୍ରବେଶ କରିପାରି ନ ଥିଲେ।

Post Views14 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!