ବିଧାନସଭା ନିର୍ବାଚନ ଲାଗି ଆଜି ସରିବ ପ୍ରଚାର

ଆସନ୍ତା ୨୦ରେ ଝାଡ଼ଖଣ୍ଡରେ ଦ୍ବିତୀୟ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ଲାଗି ଆଜି ସରିବ ପ୍ରଚାର। ଦ୍ବିତୀୟ ପର୍ଯ୍ୟାୟରେ ରାଜ୍ଯର ୩୮ ଆସନ ଲାଗି ହେବ ଭୋଟ। ଗତ ୧୩ ତାରିଖରେ ୪୩ ଆସନରେ ହୋଇଥିଲା ଭୋଟ। ନିର୍ବାଚନରେ ମୁଖ୍ଯମନ୍ତ୍ରୀ ହେମନ୍ତ ସୋରେନ, ପତ୍ନୀ କଳ୍ପନା ସୋରେନ, ଭାଇ ବସନ୍ତ ସୋରେନ, ପୂର୍ବତନ ମୁଖ୍ଯମନ୍ତ୍ରୀ ବାବୁଲାଲ ମାରାଣ୍ଡି ପ୍ରମୁଖଙ୍କ ଭାଗ୍ଯ ନିର୍ଦ୍ଧାରଣ ହେବ। ବରହେଟରେ ହେମନ୍ତ ସୋରେନ ପ୍ରାର୍ଥୀ ହୋଇଥିବାବେଳେ ତାଙ୍କୁ ଟକ୍କର ଦେଉଛନ୍ତି ବିଜେପିର ଗମାଲିଆଲ ହେମ୍ବ୍ରମ। ସାନ୍ତାଳ ପରଗଣା ଅଞ୍ଚଳରେ ଆସୁଛି ବରହେଟ।
୨୦୧୯ରେ ବରହେଟ ଓ ମକାରୁ ଜିତିଥିଲେ ହେମନ୍ତ। ଦୁଇଟି ଯାକ ଆସନରୁ ସେ ବିଜୟୀ ହୋଇଥିଲେ। ତେବେ ଦୁମକାକୁ ଛାଡି ବରହେଟକୁ ରଖିଥିଲେ ହେମନ୍ତ। ଗାଣ୍ଡେୟରୁ ଲଢୁଛନ୍ତି ପତ୍ନୀ କଳ୍ପନା ସୋରେନ। ତାଙ୍କୁ ଟକ୍କର ଦେଉଛନ୍ତି ବିଜେପିର ମୁନିୟା ଦେବୀ। ଦୁମକାରେ ଲଢୁଛନ୍ତି ହେମନ୍ତ ସୋରେନଙ୍କ ଭାଇ ବସନ୍ତ ସୋରେନ। ତାଙ୍କୁ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି ବିଜେପିର ସୁନିଲ ସୋରେନ। ଜମତାରାରୁ ବିଜେପିରୁ ଲଢୁଛନ୍ତି ହେମନ୍ତଙ୍କ ଭାଉଜ ତଥା ଶିବୁ ସୋରେନଙ୍କ ବୋହୂ ସୀତା ସୋରେନ। ତାଙ୍କ ବିରୋଧରେ ପ୍ରାର୍ଥୀ ଅଛନ୍ତି କଂଗ୍ରେସର ଇରଫାନ ଅନସାରୀ। ସେହିପରି ଧନବାରରେ ପ୍ରାର୍ଥୀ ଅଛନ୍ତି ବିଜେପି ନେତା ତଥା ପୂର୍ବତନ ମୁଖ୍ଯମନ୍ତ୍ରୀ ବାବୁଲାଲ ମାରାଣ୍ଡି। ତାଙ୍କୁ ଟକ୍କର ଦେଉଛନ୍ତି ଜେଏମଏମର ନିଜାମୁଦ୍ଦିନ ଅନସାରୀ।

Post Views14 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!