ଭାରତର ୧୪ତମ ଶ୍ରେଷ୍ଠ ମେଡିକାଲ କଲେଜ ଏମ୍ସ ଭୁବନେଶ୍ୱର

କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦ୍ୱାରା ଜାତୀୟ ପ୍ରତିଷ୍ଠାନ ରାଙ୍କିଂ ଫ୍ରେମୱାର୍କ ( ଏନଆଇଆରଏଫ ୨୦୨୫) ପ୍ରକାଶ ପାଇଛି। ଅଖିଳ ଭାରତୀୟ ଚିକିତ୍ସା ବିଜ୍ଞାନ ସଂସ୍ଥାନ (ଏମ୍ସ), ଭୁବନେଶ୍ୱର ଭାରତର ମେଡିକାଲ କଲେଜଗୁଡ଼ିକ ମଧ୍ୟରେ ୧୪ତମ ସ୍ଥାନ ହାସଲ କରି ଓଡ଼ିଶା ଏବଂ ପୂର୍ବ ଭାରତ ରାଜ୍ୟ ପାଇଁ ଅପାର ଗର୍ବ ଆଣିଛି। ଏହି ଉତ୍କୃଷ୍ଟ ପ୍ରଦର୍ଶନ ୨୦୨୧ରେ ୩୧ତମ ସ୍ଥାନ ଏବଂ ଗତବର୍ଷରେ ୧୫ତମ ସ୍ଥାନରୁ ଏକ ଗୁରୁତ୍ୱପୂର୍ଣ୍ଣ ଲମ୍ଫ ଆଣିଛି। ଯାହା ଚିକିତ୍ସା ଶିକ୍ଷା, ସ୍ୱାସ୍ଥ୍ୟସେବା ଏବଂ ଗବେଷଣାରେ ଉତ୍କର୍ଷତା ପ୍ରତି ପ୍ରତିଷ୍ଠାନର ନିରନ୍ତର ପ୍ରତିବଦ୍ଧତାକୁ ସୂଚିତ କରୁଛି ବୋଲି ପ୍ରତିଷ୍ଠାନର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ଼ ଆଶୁତୋଷ ବିଶ୍ୱାସ କହିଛନ୍ତି।

Post Views5 Total Count

Apply Now


This will close in 0 seconds

error: Content is protected !!