ଆହୁରି ବଢିବ ଡାଲି ଓ ତେଲ ଦର

ଏବେ ଦରଦାମ ତାତିରୁ ଖାଉଟିକୁ ମିଳିବନି ଆଶ୍ବସ୍ତି  । ଆଗକୁ ଖାଇବା ତେଲ ଏବଂ ଡାଲିର ମୂଲ୍ୟରେ ଆହୁରି ବୃଦ୍ଧି ହୋଇପାରେ । ଅଗଷ୍ଟରେ ହାରାହାରି ତୁଳନାରେ ବହୁତ କମ୍ ବର୍ଷା ହୋଇଛି ଏବଂ ସେପ୍ଟେମ୍ବର ପର୍ଯ୍ୟନ୍ତ ଏହି ସମାନ ଅବସ୍ଥା ଜାରି ରହିବ। ପ୍ରଭାବରେ ଡାଲି ଏବଂ ତେଲ ବିହନର ଅମଳ ପ୍ରଭାବିତ ହେବ । ଫଳରେ ବଜାରରେ ଡାଲି ଏବଂ ଖାଇବା ତେଲ ମୂଲ୍ୟରେ ଆହୁରି ବୃଦ୍ଧି ଘଟିପାରେ ।

ମାତ୍ର ବର୍ଷକ ମଧ୍ୟରେ ହରଡ଼ ଡାଲି ଦର ୨୭ ପ୍ରତିଶତ ବୃଦ୍ଧି ଘଟିଛି ।  ଚଳିତବର୍ଷ ମୌସୁମୀରେ କମ୍ ବର୍ଷା ଯୋଗୁ ଆସନ୍ତା ଦିନରେ ଡାଲିର ମୂଲ୍ୟରେ ଆହୁରି ବୃଦ୍ଧି ହେବାର ସମ୍ଭାବନା ରହିଛି । ଖରିଫ ଫସଲ ଅମଳ ଋତୁ ଅଗଷ୍ଟ ଏବଂ ସେପ୍ଟେମ୍ବର ମାସରେ ହେଉଥିବା ବର୍ଷା ଉପରେ ନିର୍ଭର କରେ। ଏଭଳି ପରିସ୍ଥିତିରେ ଦେଶରେ ଦୁଇ ବର୍ଷ ମଧ୍ୟରେ କମ୍ ବର୍ଷା ହେତୁ ଧାନ, ଆଖୁ, ଡାଲି ଏବଂ ତେଲ ବିହନ ଉତ୍ପାଦନ ପ୍ରଭାବିତ ହୋଇପାରେ।

Post Views6 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!