ବାଘ ସହ ସେଲଫି

() ମଧ୍ୟପ୍ରଦେଶ ସୋନକାଚରେ ଏକ ଅସୁସ୍ଥ ଚିତାବାଘ ସହ ଲୋକଙ୍କ ସେଲଫି । ଭାଇରାଲ ହେବାରେ ଲାଗିଛି ସେଲଫି ନେବାର ଭିଡିଓ । ଗତ ମଙ୍ଗଳବାର ସ୍ଥାନୀୟ ଅଞ୍ଚଳରେ ଏକ ଚିତାବାଘ ନିସ୍ତେଜ ହୋଇ ପଡିରହିଥିଲା । ସେ ଠିକ୍ ଭାବେ ଚାଲିପାରୁ ନଥିଲା । ତେବେ ବାଘର ଚିକିତ୍ସା ବଦଳରେ ଲୋକମାନେ ବାଘକୁ ଚଲାଇଥିଲେ ଏବଂ ତା ସହ ସେଲଫି ନେଇଥିଲେ । ଏପରିକି କେତେକ ଲୋକ ବାଘ ଉପରେ ବସିବା ଲାଗି ବି ଉଦ୍ୟମ କରିଥିଲେ ।

ବାଘଟି ସୋନକାଚ ଅନ୍ତର୍ଗତ ଦେବାସ ଜିଲ୍ଲାର ଏକଲେରା ମାତାଜୀ ଜଙ୍ଗଲର କାଳି ସିନ୍ଧ ନଦୀ କୂଳରେ ପଡିରହିଥିବାବେଳେ ଲୋକମାନେ ସେଲଫି ନେଇଥଇଲେ । ଏହି ଖବର ଜଣାପଡିବା ପରେ ଉଜ୍ଜୟିନୀରୁ ଜଙ୍ଗଲ ବିଭାଗର ଏକ ରେସ୍କ୍ୟୁଟିମ ସେଠାରେ ପହଞ୍ଚି ବାଘଟିକୁ ଉଦ୍ଧାର କରିଥିଲେ । ବାଘଟିକୁ ଇନ୍ଦୋର ଚିଡିଆଖାନାକୁ ନିଆଯାଇ ସେଠାରେ ତାର ଚିକିତ୍ସା କରାଯାଉଛି ।

Post Views2 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!