ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶୀ ନିଜ ନିର୍ବାଚନୀ ଖର୍ଚ୍ଚ ପାଇଁ ପାଣ୍ଠି ସଂଗ୍ରହ ଅଭିଯାନ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶୀ ନିଜ ନିର୍ବାଚନୀ ଖର୍ଚ୍ଚ ପାଇଁ ପାଣ୍ଠି ସଂଗ୍ରହ ଅଭିଯାନ ଆରମ୍ଭ କରିଛନ୍ତି। ସେ କ୍ରାଉଡ୍‌ ଫଣ୍ଡିଂ ଜରିଆରେ ନିର୍ବାଚନ ଖର୍ଚ୍ଚ ବାବଦରେ ୪୦ ଲକ୍ଷ ଟଙ୍କା ସଂଗ୍ରହ କରିବାକୁ ଲକ୍ଷ୍ୟ ରଖିଥିବା ବେଳେ ୬ ଘଣ୍ଟାରେ ୧୫ ଲକ୍ଷ ପାଇଛନ୍ତି।

ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌) ୧୦ରୁ ୧୦୦ ଟଙ୍କା ପର୍ଯ୍ୟନ୍ତ ଛୋଟ ଚାନ୍ଦା ଏକାଠି କରୁଛି, କର୍ପୋରେଟ୍‌ ପାଣ୍ଠି ନୁହେଁ ବୋଲି କାଲ୍‌କାଜିର ପ୍ରାର୍ଥୀ ଆତିଶୀ କହିଛନ୍ତି।

ଦିଲ୍ଲୀ ଜନସାଧାରଣ ତାଙ୍କ ଦଳର ରାଜନୈତିକ କାର୍ଯ୍ୟକୁ ସମର୍ଥନ କରିବେ ଏବଂ ନିର୍ବାଚନ ଖର୍ଚ୍ଚ ପାଇଁ ସହାୟତା କରିବେ ବୋଲି ଆତିଶୀ ଆଶାବ୍ୟକ୍ତ କରିଛନ୍ତି। ଏଥିସହିତ ଚାନ୍ଦା ଦେବା ପାଇଁ ସେ ଏକ ଅନ୍‌ଲାଇନ ଲିଙ୍କ୍‌ ଦେଇଛନ୍ତି।

Post Views36 Total Count

Apply Now


This will close in 0 seconds

error: Content is protected !!