ମେଳା ଆୟୋଜନ ପାଇଁ ୟୁପି ସରକାର ୭ ହଜାର କୋଟି ଟଙ୍କା ବଜେଟ୍

ଉତ୍ତର ପ୍ରଦେଶର ପ୍ରୟାଗରାଜରେ ଆରମ୍ଭ ହୋଇଯାଇଛି ମହାକୁମ୍ଭ ମେଳା। ସଙ୍ଗମସ୍ଥଳରେ ବୁଡ଼ ପକାଇବା ପାଇଁ କୋଟି କୋଟି ଶ୍ରଦ୍ଧାଳୁ ଏକାଠି ହୋଇଛନ୍ତି। ପ୍ରଥମ ଦିନରେ ତ୍ରିବେଣୀ ସଙ୍ଗମରେ ପ୍ରାୟ ୫୦ ଲକ୍ଷ ଲୋକ ବୁଡ଼ ପକାଇଛନ୍ତି।

୨୬ ଫେବ୍ରୁଆରୀ ଯାଏ ଚାଲିବାକୁ ଥିବା ଏହି ମେଳାରେ ୪୫ କୋଟି ଲୋକଙ୍କ ଆଗମନ ହେବା ଆଶଙ୍କା ରହିଛି। ଏହାଦ୍ୱାରା ମାଲାମାଲ ହେବ ଉତ୍ତର ପ୍ରଦେଶ। ବଢ଼ିବ ରାଜସ୍ୱ।ପ୍ରାୟ ୪ ହଜାର ହେକ୍ଟର ଜମିରେ ମହାକୁମ୍ଭ ମେଳା ଆୟୋଜିତ ହୋଇଛି। ଏହାଦ୍ୱାରା ଉତ୍ତରପ୍ରଦେଶର ଅର୍ଥନୀତିକୁ ବଡ଼ ଫାଇଦା ମିଳିବ ବୋଲି ଆଶା କରାଯାଉଛି।

ଏହି ମେଳା ଆୟୋଜନ ପାଇଁ ୟୁପି ସରକାର ୭ ହଜାର କୋଟି ଟଙ୍କା ବଜେଟ୍ ରଖିଛନ୍ତି। ତେବେ ଖର୍ଚ୍ଚ ତୁଳାନାରେ ଲାଭ ଢ଼େର ଅଧିକ ମିଳିବ ବୋଲି କୁହାଯାଉଛି।ମହାକୁମ୍ଭ ମେଳାରୁ ଉତ୍ତରପ୍ରଦେଶ ସରକାରଙ୍କ ରାଜକୋଷ ଭର୍ତ୍ତି ହୋଇଯିବ।

ଏଥିରୁ ଉତ୍ପାଦିତ ଆୟ ଏତେ ଅଧିକ ହେବ ଯେ ଲୋକମାନେ ଏହାକୁ ଗଣି ଗଣି ଥକିଯିବେ। ଏକ ଆକଳନ ଅନୁଯାୟୀ, ଉତ୍ତରପ୍ରଦେଶ ମହାକୁମ୍ ୨୦୨୫ରୁ ୨, ୦୦୦,୦୦୦,୦୦୦,୦୦୦ ଟଙ୍କା ପର୍ଯ୍ୟନ୍ତ ଅର୍ଥନୈତିକ ଅଭିବୃଦ୍ଧି ହାସଲ କରିବ।

Post Views32 Total Count

Apply Now


This will close in 0 seconds

error: Content is protected !!