ଆଜି ଭାରତୀୟ-ଆମେରିକୀୟ ନିଶା ଦେଶାଇ ବିଶ୍ବାଳଙ୍କୁ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍ ଇଣ୍ଟରନ୍ୟାସନାଲ୍ ଡେଭେଲପ୍ମେଣ୍ଟ୍ ଫାଇନାନ୍ସ କଂପାନିର ଡେପୁଟି ସିଇଓ ଭାବେ ମନୋନୀତ କରିଛନ୍ତି।
ତାଙ୍କ ପରିବାରର ଅନେକ ସଦସ୍ୟ ଏବେବି ଭୁବନେଶ୍ବରରେ ରହୁଛନ୍ତି। କିଛି ବର୍ଷ ପୂର୍ବେ ନିଶା ତାଙ୍କ ସ୍ବାମୀ, ଦୁଇ ଝିଅ ଓ ଶାଶୂ ଶଶୁରଙ୍କ ସହ ଭୁବନେଶ୍ବର ଆସିଥିଲେ। ତାହା ଥିଲା ତାଙ୍କର ପ୍ରଥମ ଓଡ଼ିଶା ଗସ୍ତ।
ସେଥିପାଇଁ ସେ ରାଷ୍ଟ୍ରପତି ବାଇଡେନ୍ଙ୍କୁ କୃତଜ୍ଞତା ଜଣାଇଛନ୍ତି। ନିଶା ହେଉଛନ୍ତି ଓଡ଼ିଶାର ବୋହୂ। ନିଶା ଗୁଜରାଟର ଝିଅ ହୋଇଥିବା ବେଳେ ଓଡ଼ିଆ ପୁଅ ସୁବ୍ରତ ବିଶ୍ବାଳକୁ ବିବାହ କରିଛନ୍ତି। ସୁବ୍ରତଙ୍କ ଘର ହେଉଛି ଅନୁଗୁଳରେ। ତେବେ ସେମାନେ ଆମେରିକାରେ ସ୍ଥାୟୀ ଭାବେ ବସବାସ କରୁଛନ୍ତି।

