ଆସନ୍ତା ୨୦୨୪ ସାଧାରଣ ନିର୍ବାଚନରେ ଜୋରଦାର ଲଢ଼େଇ ହେବ। ଗୋଟିଏ ପଟେ INDIA ରହିଥିବା ବେଳେ ଅନ୍ୟପଟେ ରହିଛି ବିଜେପି ନେତୃତ୍ୱାଧୀନ NDA। ଯାହାର ପୂରା ନାଁ ହେଉଛି Indian National Democratic Inclusive Alliance ।
୨୦୨୪ ନିର୍ବାଚନରେ ଏନଡିଏକୁ ଟକ୍କର ଦେବା ପାଇଁ ଏକାଠି ହୋଇଛନ୍ତି ବିରୋଧୀ । ପାଟନା ପରେ ବେଙ୍ଗଳୁରୁରେ ବିରୋଧୀ ଦଳଙ୍କ ଆୟୋଜିତ ହୋଇଛି ଦୁଇ ଦିନିଆ ବୈଠକ । ଏହି ବୈଠକରେ ବିରୋଧୀ ଦଳ ନିଜ ମହାମେଣ୍ଟର ନାଁ ଇଣ୍ଡିଆ ରଖିଛନ୍ତି ।
ବାଙ୍ଗାଲୋରରେ ଆୟୋଜିତ ବୈଠକରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନେ ଖଡଗେ କହିଛନ୍ତି, ୨୬ଟି ଦଳ ଏକଜୁଟ୍ ହୋଇ କାମ କରିବାକୁ ପ୍ରସ୍ତୁତ ଏଥିପାଇଁ ମୁଁ ବହୁତ ଖୁସି । ଏବେ ଆମର ୧୧ଟି ରାଜ୍ୟରେ ସରକାର ରହିଛି । ବିଜେପିକୁ ଏକାକୀ ୩୦୩ ଆସନ ମିଳିନାହିଁ । ନିଜ ସହଯୋଗୀଙ୍କ ଜରିଆରେ ବିଜେପି କ୍ଷମତାକୁ ଆସିଛି ଏବଂ ସରକାର ଗଢିବା ପରେ ନିଜ ସହଯୋଗୀଙ୍କୁ ବିଦା କରିଛି ।
ଏବେ ବିଜେପି ନିଜର ପୁରୁଣା ସହଯୋଗୀଙ୍କ ସହ ସମ୍ପର୍କ ସ୍ଥାପନ କରିବାକୁ ବ୍ୟଗ୍ର ହୋଇ ଉଠିଛି । କାରଣ ବିରୋଧୀ ଯେଉଁଭଳି ଏକାଠି ହୋଇ ନିର୍ବାଚନ ଲଢିବାକୁ ପ୍ରସ୍ତୁତ ହେଲେଣି ତାହା ବିଜେପିକୁ ବିଚଳିତ କରିଛି ।
କାରଣ ଏହାର ପରିଣାମ ଆସନ୍ତା ବର୍ଷ ହେବାକୁ ଥିବା ସାଧାରଣ ନିର୍ବାଚନରେ ବିଜେପିର ପରାଜୟ । ତେଣୁ ବିଜେପି ଏବେ ବିଭିନ୍ନ ତଦନ୍ତକାରୀ ସଂସ୍ଥା ଜରିଆରେ ବିରୋଧୀ ଦଳକୁ ଭୟଭୀତ କରୁଛି ।

