ବଢିଲା ଗଣଶିକ୍ଷକଙ୍କ ଦରମା

ଗଣଶିକ୍ଷକଙ୍କ ପାଇଁ ରାଜ୍ୟ ସରକାରଙ୍କ ବଡ଼ ଘୋଷଣା । ଓଟିଇଟି ପାସ୍ କରିଥିବା ଗଣଶିକ୍ଷକ ହେବେ ଏକ୍ସ କ୍ୟାଡର ସହକାରୀ ଶିକ୍ଷକ । ଏହାଦ୍ୱାରା ରାଜ୍ୟର ୧ ହଜାର ୪୭୨ ଜଣ ଗଣଶିକ୍ଷକ ଉପକୃତ ହେବେ । ସେହିପରି ଓଟିଇଟି ପାସ୍ କରି ନଥିବା ଗଣଶିକ୍ଷକ ମାନଙ୍କ ପାରିଶ୍ରମିକ ବୃଦ୍ଧି ପାଇଁ ନିଷ୍ପତ୍ତିି ନେଇଛନ୍ତି ରାଜ୍ୟ ସରକାର ।

ଏହାଦ୍ୱାରା ୯ ହଜାର ୫୨୦ ଜଣ ଗଣଶିକ୍ଷକଙ୍କୁ ମିଳିବ ବାର୍ଷିକ ଇନକ୍ରିମେଂଟ୍ । ଏହି ଦୁଇଟି ନିଷ୍ପତି ଦ୍ୱାରା ରାଜ୍ୟର ମୋଟ ୧୨ ହଜାର ୧୧୩ ଜଣ ଗଣଶିକ୍ଷକ ଉପକୃତ ହେବେ ।

୫ଟି ଅଧ୍ୟକ୍ଷ ଭି.କେ. ପାଣ୍ଡିଆନଙ୍କ ଜିଲ୍ଲା ଗସ୍ତ ସମୟରେ ବିଭିନ୍ନ ସ୍ଥାନରେ ଗଣଶିକ୍ଷକ ମାନେ ଏଥିପାଇଁ ଅନୁରୋଧ କରିଥିଲେ । ଏବେ ଏହି ପ୍ରସ୍ତାବ ଉପରେ ବଡ଼ ନିଷ୍ପତି ନେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

Post Views5 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!