ଯେତେବେଳେ ବିଶ୍ବାସ ଆଉ ଭରସାର ସମ୍ମିଶ୍ରଣ ଘଟେ ସେତେବେଳେ ପ୍ରସଙ୍ଗଟି ଅପରାଜେୟ ହୋଇଯାଏ । ସେ ବସ୍ତୁ ହେଉ କି ମଣିଷ । ପ୍ରିୟ ଭାଜନ ହେବା ଓ ଭରସାକୁ ଅତୁଟ ରଖିବା ହିଁ ଜଣକୁ ଶ୍ରେଷ୍ଠ ଓ ବିଶ୍ବାସୀ ବନାଇଥାଏ । ଯାହାର ଜ୍ବଳନ୍ତ ଉଦାହରଣ ହେଉଛି ଖିମଜୀ । ଓଡ଼ିଶାର ସର୍ବପୁରାତନ ଓ ଭରସାଯୋଗ୍ୟ ବ୍ରାଣ୍ଡ୍ ଭାବେ ପରିଚିତ ଖିମଜୀ ଜୁଏଲର୍ସ । ଓଡ଼ିଶାର ଘରେ ଘରେ ପରିଚିତ ସ୍ବତନ୍ତ୍ର ଓ ଆଦରର ନାଁ ହେଉଛି ଖିମଜୀ ।
ବିବାହ ହେଉକି ବ୍ରତ । ଅଥବା ଯେକୌଣସି ସାଂସ୍କୃତିକ କାର୍ଯ୍ୟକ୍ରମ ଅବା ପରମ୍ପରା ପାଳନ । ଆମ ସଂସ୍କୃତିରେ ସୁନା ଗହଣା ଏକ ଆଭୂଷଣ । ଆଉ ଏଥିପାଇଁ ଲୋକଙ୍କ ଭରସା ଜିତି ସଭିଙ୍କର ପ୍ରିୟପାତ୍ର ହୋଇପାରିଛି ଖିମଜୀ । ଆଉ ଏହାର ବିଶ୍ବସନୀୟତାକୁ ବଜାୟ ରଖି ୯ ଦଶନ୍ଧିରୁ ଅଧିକ ସମୟ ଧରି ଏହାକୁ ଏକ ବ୍ରାଣ୍ଡ୍ ଭାବେ ଗଢିତୋଳିବାରେ ଯେଉଁମାନଙ୍କର ଅହେତୁକ ଅବଦାନ ଓ ସମର୍ପିତ ଭାବ ରହିଛି ସମାନଙ୍କ ମଧ୍ଯରେ ସର୍ବାଗ୍ରେ ରହିଛନ୍ତି ଖିମଜୀର ଏମଡି ମିତେଶ ଖିମଜୀ । ଖିମଜୀକୁ ଏକ ନୂଆ ସୋପାନରେ ଅବତୀର୍ଣ୍ଣ କରି ସାରା ଦେଶରେ ଅଳଙ୍କାର ବ୍ଯବସାୟରେ ଇତିହାସ ସୃଷ୍ଟି କରିବାରେ ସେ ହୋଇଛନ୍ତି ଆଦର୍ଶ ଓ ପ୍ରେରଣାଦାୟୀ ।
୧୯୩୬ ମସିହାର କଥା । ସେତେବେଳେ ଆମ ଦେଶ ଇଂରେଜଙ୍କ କବଳରେ ରହିଥାଏ । ବ୍ଯବସାୟ ହେଉକି କି ଉଦ୍ଯୋଗ ଗୋରାସାହେବଙ୍କ ନିୟନ୍ତ୍ରଣରେ ରହିଥାଏ ଆମ ଅର୍ଥନୀତି । ଏତିକି ବେଳେ ଆମ ଓଡ଼ିଶାରେ ବ୍ଯବସାୟର ନୂଆ ପେଣ୍ଠସ୍ଥଳ ଖୋଲିଥିଲା ଖିମଜୀ । ୧୯୩୬ ମସିହାରେ ଆରମ୍ଭ ହୋଇଥିଲା ଝିମଜୀର ଜୟଯାତ୍ରା । ଏହାର ଡାଇରେକ୍ଟର ମିତେଶ ଖିମଜୀଙ୍କ ଜେଜେ ଖିମଜୀ ଦିନାବାଇ ଗୁଜରାଟରୁ ଆସି ମୟୂରଭଞ୍ଜ ଜିଲ୍ଲାର ବାରିପଦାରେ କରିଥିଲେ ସୁବର୍ଣ୍ଣଯୁଗର ଶୁଭାରମ୍ଭ । ତାଙ୍କ ତତ୍ତ୍ୱାବଧାନରେ ପ୍ରଥମେ ମୟୁରଭଞ୍ଜ ବାରିପଦାରୁ ଏକ ଜୁଏଲାରୀ ୱାର୍କସପ୍ ଭାବେ ଏହାର ସ୍ଥାପନ ହୋଇଥିଲା ।
ଭାରତୀୟ ଅଳଙ୍କାର ଶିଳ୍ପ ମଧ୍ୟରେ ଖିମଜୀର ଅନନ୍ୟ ଗୁଣ ଏବଂ କାରିଗରୀ ପାଇଁ ଏହା ସଭିଙ୍କର ପ୍ରଥମ ପସନ୍ଦ । ଏହାର ଅତୁଳନୀୟ କାରିଗରୀ ମହାରାଣୀ ଟାକତ କୁମାରୀ ଦେବୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ସେବେଠୁ ଖିମଜୀ ଅଳଙ୍କାର ଇତିହାସରେ ନୂଆ ଅଧ୍ଯାୟ ଲେଖିବା ଆରମ୍ଭ କରିଥିଲା । ବର୍ଷ ବର୍ଷ ବିତିଥିଲା, ତା ସହର ଖିମଜୀର ଲୋକପ୍ରିୟତା ବଢିଚାଲିଥିଲା । ଗୁଣବତ୍ତା, ଆଦର୍ଶ ଗ୍ରାହକ ସେବା, ଏବଂ ପ୍ରତିଶ୍ରୁତି ଓ ପ୍ରତିବଦ୍ଧତା ପାଇଁ ଓଡ଼ିଶାର ଘରେ ଘରେ ପ୍ରମୁଖ ଅଳଙ୍କାର ଉତ୍ପାଦନକାରୀ ଉଦ୍ଯୋଗ ଭାବେ ପରିଚିତ ହୋଇପାରିଲା ଖିମଜୀ ।
୧୯୮୪ରେ ଭୁବନେଶ୍ୱରରେ ପ୍ରଥମ ଅର୍ଗାନାଇଜ୍ଡ ଷ୍ଟୋର ଖୋଲିଥିଲା ଖିମଜୀ ଜୁଏଲର୍ସ । ଏହି ଷ୍ଟୋର ଖିମଜୀର ବ୍ରାଣ୍ଡ୍ ଭାବେ ଐତିହାସିକ ଆରମ୍ଭ କରିଥିଲା । ଏହାପରେ ଧିରେଧିରେ ଏହା ନିଜର ପରିସର ବଢାଇବା ସହ ସାରା ରାଜ୍ଯକୁ ପରିବ୍ଯାପ୍ତ ହୋଇଛି । ଆଜିର ଦିନରେ ଭୁବନେଶ୍ୱର, କଟକ, ବ୍ରହ୍ମପୁର, ପୁରୀ, ରାଉରକେଲା ଓ ଝାରସୁଗୁଡ଼ା ସହରରେ ଝିମଜୀର ଏକାଧିକ ଶାଖା ରହିଛି । ୮ଶହରୁ ଅଧଇକ ଦକ୍ଷ କର୍ମଚାରୀ ଏ ସମସ୍ତ ଷ୍ଟୋରରେ କାର୍ଯ୍ୟରତ ।
ପ୍ରାୟ ୯ ଦଶନ୍ଧି ଧରି ଜୁଏଲାରୀ କ୍ଷେତ୍ରରେ ଗ୍ରାହକ ମାନଙ୍କୁ ନୂଆନୂଆ ଡିଜାଇନ୍ର ଜୁଏଲାରୀ ଭେଟି ଦେବାରେ ଖିମଜୀର ବଳିଷ୍ଠ ଅବଦାନ ରହିଆସିଛି । ସମସ୍ତ ଜୁଏଲାରୀ ସାମଗ୍ରୀରେ ବେଷ୍ଟ ପ୍ରାଇସ୍ ଓ ଲାଇଫ୍ ଟାଇମ୍ ଗ୍ୟାରେଣ୍ଟି ଦେଇ ଗ୍ରାହକଙ୍କ ସହ ଦୀର୍ଘବର୍ଷ ଧରି ଯୋଡି ହେବାରେ ଏହା ସକ୍ଷମ ହୋଇଛି । ସମସ୍ତ ପ୍ରକାର ଜୁଏଲାରୀ ଓ ଆସେସୋରିଜକୁ ଗୋଟିଏ ଛାତ ତଳେ ଉପଲବ୍ଧ କରିପାରିଛି ଖିମଜୀ ଜୁଏଲର୍ସ ।
ବିଭିନ୍ନ କ୍ଷେତ୍ରରେ ବିବିଧ ହୋଇ 2011 ରେ ଖିମଜୀ ଗୋଷ୍ଠୀକୁ ଜଡିତ କରି ଏଥିରେ ନିୟୋଜିତ ହୋଇଥିଲେ । ଅଟୋମୋବାଇଲ୍, ରିଏଲ୍ ଇଷ୍ଟେଟ୍, ଅର୍ଥ, ପର୍ଯ୍ୟଟନ ଏବଂ ଦୁଗ୍ଧ ଚାଷରେ କ୍ଷେତ୍ରରେ ମଧ୍ଯ ଏହା ନିବେଶ କରିଛି । ସୂକ୍ଷ୍ମ କାରିଗରୀ, ବିଶ୍ୱସ୍ତ ମୂଲ୍ୟ ଏବଂ ଅସାଧାରଣ ସେବା ପ୍ରଦାନ ପାଇଁ ଦିନକୁ ଦିନ ଖିମଜୀ ପ୍ରତି ଗ୍ରାହକଙ୍କ ଭଲପାଇବା ଓ ଭରସା ବଢିଚାଲିଛି । ଖିମଜୀ ଜୁଏଲର୍ସ ଲୋକଙ୍କ ହୃଦୟରେ ସ୍ବତନ୍ତ୍ର ସ୍ଥାନ ଗ୍ରହଣ କରିସାରିଛି । ଆଜି ସମ୍ପୂର୍ଣ୍ଣ ଭାବେ ବ୍ଯବସାୟକୁ ଆଗେଇ ନେଉଛନ୍ତି ମିତେଶ । ଏଥିପାଇଁ ତାଙ୍କ ପରିବାର ସହଯୋଗ ଯୋଗାଇଦେଉଛି ।
ଆଜି ବି ନିଜର ଉତ୍ପାଦର ବିଶ୍ବସନୀୟତାକୁ ମିତେଶ ଗୁରୁତ୍ବ ଦେଉଛନ୍ତି । ତାଙ୍କର ବୃତ୍ତିଗତତା, ସବିଶେଷ ଧ୍ୟାନ, ଏବଂ ଅସାଧାରଣ ଗ୍ରାହକ ସେବା ଶୈଳୀ ହିଁ ଖିମଜୀକୁ ଆଜି ବି ବ୍ରାଣ୍ଡ ଭାବେ ଉପସ୍ଥାପିତ କରୁଛି । ଉଦ୍ଭାବନ ଏବଂ ସୃଜନଶୀଳତା, ଶିଳ୍ପରେ ଏକ ବିଶ୍ୱସ୍ତ ବିଳାସପୂର୍ଣ୍ଣ ବ୍ରାଣ୍ଡ ଭାବରେ ଖିମଜୀ ଜୁଏଲର୍ସକୁ ଜାତୀୟ ସ୍ତରରେ ପରିଚିତ କରାଇବାରେ ମିତେଶଙ୍କ ଭୂମିକା ଅବର୍ଣ୍ଣନୀୟ । ଆଗକୁ ତାଙ୍କର ଓ ଖିମଜୀର ଜୟଯାତ୍ରା ଏମିତି ଜାରି ରହୁ ବୋଲି ମହାପ୍ରଭୁଙ୍କ ପାଖରେ ଇଣ୍ଟରଭ୍ଯୁ ଟାଇମ୍ସ ତରଫରୁ ପ୍ରାର୍ଥନା କରୁଛୁ ।

