ବଜେଟ୍ ଉପସ୍ଥାପନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ମୁଖ୍ୟମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ମୋହନ ମାଝୀ ବାଚସ୍ପତି ଏବଂ ଉପବାଚସ୍ପତିଙ୍କୁ ଭେଟିଲେ, ଚଳିତ ପୂର୍ଣ୍ଣାଙ୍ଗ ବଜେଟ୍ ପ୍ରଦାନ କଲେ ।ନୂଆ ସରକାରଙ୍କ ପ୍ରଥମ ବଜେଟ, ବଜେଟ ଉପସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଚଳିତ ବର୍ଷ ବଜେଟର ପରିମାଣ ୨ ଲକ୍ଷ ୬୫ ହଜାର କୋଟି । ନିଯୁକ୍ତ ହେବେ ୩୦୦୦ ଡାକ୍ତର, ପୂରଣ ହେବ ଡାକ୍ତର ଅଭାବ । ଲୋକଙ୍କୁ ମିଳିବ ଉଚିତ ସ୍ୱାସ୍ଥ୍ୟସେବା । ବଦଳିଲା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ନାମ । ଏବେଠାରୁ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ନାମରେ ହେଲା ନାମିତ। ମୋହନ ସରକାରଙ୍କ ବଜେଟରେ ସ୍ୱାସ୍ଥ୍ୟ ସେବାକୁ ଗୁରୁତ୍ୱ । ଆୟୁଷ୍ମାନ ଯୋଜନା ପାଇଁ ୫୦୦ କୋଟି ଏବଂ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ପାଇଁ ୫ ହଜାର ୪୫୦ କୋଟି । ବଦଳିଲା କାଳିଆ ଯୋଜନାର ନାମ । କାଳିଆ ଯୋଜନା ହେଲା ସିଏମ୍ କିଷାନ ଯୋଜନା । ମତ୍ସ୍ୟ ସମ୍ପଦ ପାଇଁ ୬୫୪ କୋଟି, ଚଳିତ ବଜେଟରେ ମତ୍ସ୍ୟ ସମ୍ପଦ ଏବଂ ପଶୁ ସମ୍ପଦ ଉତ୍ପାଦନକୁ ଫୋକସ । ମହିଳାଙ୍କ ପାଇଁ ମୋହନ ସରକାଙ୍କ ଉପହାର: ସୁଭଦ୍ରା ଯୋଜନା ପାଇଁ ୧୦ ହଜାର କୋଟି ବ୍ୟୟବରାଦ। ଭତ୍ତା ବଢାଇଲେ ମୋହନ ସରକାର । ପ୍ରଥମ ବଜେଟରେ କଲେ ବଡ ଘୋଷଣା, ଏଣିକି ଭତ୍ତା ହେଲା ୩ ହଜାର ୫୦୦ ଟଙ୍କା ।

Post Views2 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!