ବଦଳିଲା ବିଏସକେୱାଇ ଆରମ୍ଭ ହେବ ଗୋପବନ୍ଧୁ ଯୋଜନା

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଜାଗାରେ ନୂଆ ଯୋଜନା ଆରମ୍ଭ କରିବାକୁ ବଜେଟ ଉପସ୍ଥାପନା କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ରାଜ୍ୟ ସରକାର ଆରମ୍ଭ କଲେ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା । ଯୋଜନାରେ ସରକାରୀ ଓବେସରକାରୀ ହସ୍ପିଟାଲରେ କ୍ୟାସ୍‌ଲେସ୍‌ ସେବା ଉପଲବ୍ଧ ହେବ, ରାଜ୍ୟରେ ଆୟୁଷ୍ମାନ ଭାରତ ଯୋଜନା ମଧ୍ୟ ଲାଗୁ ହେବ ଏବଂ ମାଗଣାରେ ଚକ୍ଷୁ ଚିକିତ୍ସା ଯୋଗାଇବାକୁ ସୁରେନ୍ଦ୍ର ସାଏ ଦିବ୍ୟଦୃଷ୍ଟି ଯୋଜନା ।

ସ୍ୱାସ୍ଥ୍ୟ ଭିତ୍ତିଭୂମି ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ସ୍ୱାସ୍ଥ୍ୟସେବା ମିଶନ । ଏଥିପାଇଁ ବଜେଟରେ ୨୪୬୨ କୋଟି ବ୍ୟୟବରାଦ । କଟକ ଏସ୍‌ସିବି ମେଡିକାଲ କଲେଜ ପୁନଃବିକାଶ କାର୍ଯ୍ୟ ପାଇଁ ୧ ହଜାର କୋଟି । ଏବର୍ଷ ଯାଜପୁର ମେଡିକାଲ କଲେଜ କାର୍ଯ୍ୟକ୍ଷମ କରିବାକୁ ଲକ୍ଷ୍ୟ ରଖାଯାଇଛି । ଆରବର୍ଷ ଫୁଲବାଣୀ ଓ ୨୬-୨୭ରେ ତାଳଚେର ମେଡିକାଲ କଲେଜ କାର୍ଯ୍ୟକ୍ଷମ କରିବାକୁ ମଧ୍ୟ ଲକ୍ଷ୍ୟ କରାଯାଇଛି ।

Post Views36 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!