ସୁଜିୟୁରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ କର୍ମଶାଳା

ଜି-୨୦ ଶୀର୍ଷକ ଅବସରରେ ସି ଭି ରମଣ ଗ୍ଲୋବାଲ୍ ୟୁନିଭରସିଟି ପରିସରରେ ଏକ ଦିନିକିଆ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରଣାଳୟ ଦ୍ୱାରା ଏକ ଆଙ୍କର୍ ପ୍ରତିଷ୍ଠାନ ଭାବେ ପରିଚିତ ଭୁବନେଶ୍ୱରର ସି ଭି ରମଣ ଗ୍ଲୋବାଲ ୟୁନିଭରସିଟି, ଢେଙ୍କାନାଳ ଏବଂ ବାଲେଶ୍ବର ଜିଲାରେ ଭାରତର ଜି ୨୦ ପ୍ରେସିଡେନ୍ସି ସହିତ ଅଂଶଗ୍ରହଣ ଏବଂ ମାଲିକାନା ସମ୍ବନ୍ଧୀୟ ଜନସଚେତନତା କାର୍ଯକ୍ରମ ଆୟୋଜିତ ହୋଇଯାଇଛି।

ଉପରୋକ୍ତ ଜିଲା ଓ ଅନୁଷ୍ଠାନରେ ପ୍ରବନ୍ଧ, କୁଇଜ୍, ସ୍ଲୋଗାନ୍ ଲେଖା, ବର୍ଣ୍ଣନା ଏବଂ ରଙ୍ଗୋଲି ଭଳି ବିଭିନ୍ନ କାର୍ଯ୍ୟକ୍ରମ ବିଶ୍ୱବିଦ୍ୟାଳୟ ଦ୍ୱାରା ଅନୁଷ୍ଠିତ ହୋଇଯାଇଛି। ଏହି ଅଭିଯାନର ଏକ ଅଂଶ ଭାବେର ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ସୋମବାର ଏକ ଆଲୋଚନ ଚକ୍ର ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ଭବିଷ୍ୟତରେ ସୁଯୋଗ ଏବଂ ଆହ୍ବାନ ଶୀର୍ଷକ ସେମିନାର ଆୟୋଜନ କରାଯାଇଥିଲା।

ଉକ୍ତ କାର୍ଯ୍ୟକ୍ରମକୁ ସି ଭି ରମଣ ଗ୍ଲୋବାଲ ୟୁନିଭରସିଟିର କୁଳପତି ପ୍ରଫେସର ସୁଧୀନ୍ଦ୍ର ନାଥ ପଣ୍ଡା ଉଦଘାଟନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ବିଭିନ୍ନ କ୍ଷେତ୍ର ଯେପରିକି ଦକ୍ଷତା କ୍ଷେତ୍ର, ଷ୍ଟାର୍ଟ ଅପ୍, ଏଆଇ ଓ ବିଭିନ୍ନ କଲେଜ ଛାତ୍ରୀଛାତ୍ର ତଥା ଇଣ୍ଡଷ୍ଟ୍ରି ସମୂହରୁ ୨୫୦ରୁ ଅଧିକ ବ୍ୟକ୍ତି ଅଂଶଗ୍ରହଣ କରିଥିଲେ।

ଏହି ପରିପ୍ରେକ୍ଷୀରେ ବିଶିଷ୍ଟ ବକ୍ତା ତଥା ଇନୋଭାରେ କର୍ପୋରେଶନ୍ର ସହ-ପ୍ରତିଷ୍ଠାତା ତଥା ସିଟିଓ ମୋହର ମନୋହର ମିଶ୍ର, ବାଟୋଇ ସିଷ୍ଟମର ନିର୍ଦ୍ଦେଶକ ତଥା ସିଇଓ ଅଶ୍ୱିନୀ ରଥ ଏବଂ ୟୁନିଭଏଆଇର ସହ-ପ୍ରତିଷ୍ଠାତା ତଥା ସିଇଓ ଡକ୍ଟର ସିଦ୍ଧାର୍ଥ ଦାସ ପ୍ରମୁଖ ଯୋଗ ଦେଇ ଭବିଷ୍ୟତରେ ମଣିଷଜାତିର ବିକାଶ ଦିଗରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଉପଯୋଗିତା ଉପରେ ବିସ୍ତୃତ ବକ୍ତୃତା ପ୍ରଦାନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଢେଙ୍କାନାଳ ଏବଂ ବାଲେଶ୍ବର ଜିଲାର ବିଭିନ୍ନ ଆଇଟିଆଇ ଏବଂ ପଲିଟେକ୍ନିକ୍ସର ଛାତ୍ରମାନେ ଅଂଶଗ୍ରହଣ କରିଥିଲେ।

Post Views41 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!