ଟୋକିଓରେ ମୁଖ୍ୟମନ୍ତ୍ରୀଙ୍କୁ ସ୍ବାଗତ କଲେ ଭାରତୀୟ ରାଷ୍ଟ୍ରଦୂତ

ଆସନ୍ତାକାଲି ଟୋକିଓରେ ଓଡ଼ିଶା ବିଜିନେସ୍ ମିଟକୁ ସମ୍ବୋଧନ କରିବେ ନବୀନ । ପୁଞ୍ଜି ଖଟାଇବାକୁ ନିବେଶକାରୀଙ୍କୁ କରିବେ ନିମନ୍ତ୍ରଣ । ଓଡ଼ିଶା ବିଜିନେସ ମିଟରେ ୨୦୦ରୁ ଅଧିକ ଶିଳ୍ପପତି, ବ୍ୟବସାୟୀ ଓ ନିବେଶକ ସାମିଲ ହେବେ । ଓଡ଼ିଶାରେ ଶିଳ୍ପର ସୁଯୋଗ ନେଇ ଉଦବୋଧନ ଦେବେ ମୁଖ୍ୟମନ୍ତ୍ରୀ ।

ପ୍ରବାସୀ ଓଡ଼ିଆଙ୍କୁ ସହ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ । ଜାପାନ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭବ୍ୟ ସ୍ବାଗତ କରାଯାଇଛି । ଟୋକିଓରେ ପହଞ୍ଚିବା ପରେ ଭାରତୀୟ ରାଷ୍ଟ୍ରଦୂତ ଶିବି ଜର୍ଜ ଓ ଦୂତାବାସ ଅଧିକାରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସ୍ବାଗତ କରିଛନ୍ତି ।

ଆଜି ନିପନ ଷ୍ଟିଲ କର୍ପୋରେସନର ନିର୍ଦ୍ଦେଶକ ତଥା ଅଧ୍ୟକ୍ଷ ଇଜି ହାସିମୋଟୋଙ୍କ ସହ ଓ୍ବାନ୍ ଟୁ ଓ୍ବାନ କରିବେ ମୁଖ୍ୟମନ୍ତ୍ରୀ । ଆସନ୍ତାକାଲି ଜାପାନିଜ କମ୍ପାନୀ ସହ ଆଲୋଚନା କରିବେ ।

Post Views6 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!