ବନ୍ୟାସ୍ଥିତି ଅନୁଧ୍ୟାନ କରିଲେ ମୁଖ୍ୟମନ୍ତ୍ରୀ

ଆଜି ମୋହନ ଚରଣ ମାଝୀ ଆକାଶମାର୍ଗରୁ ରାଜ୍ୟର ୫ଟି ଜିଲ୍ଲାର ୧୨ଟିରୁ ଅଧିକ ବ୍ଲକରେ ବନ୍ୟାସ୍ଥିତି ଅନୁଧ୍ୟାନ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସହିତ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଏବଂ ସ୍ୱତନ୍ତ୍ର ରିଲିଫ କମିଶନର ଉପସ୍ଥିତ ଥିଲେ।
ପରିଦର୍ଶନ ପରେ ଗଣମାଧ୍ୟମ ଆଗରେ ବିବୃତି ରଖି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଏହିସବୁ ଅଞ୍ଚଳର ଅନେକ ଗାଁ ପାଣି ଘେରରେ ଅଛି। ପରିସ୍ଥିତି ଧିରେ ଧିରେ ସୁଧୁରୁଛି। ଆସନ୍ତା ଦୁଇ ଦିନ ଭିତରେ ବନ୍ୟା ପାଣି ଛାଡି ଯିବାର ସମ୍ଭାବନା ଅଛି।
 ଏଥିସହିତ ବନ୍ୟା ଛାଡିବାର ୩ ଦିନ ମଧ୍ୟରେ କ୍ଷୟକ୍ଷତିର ଆକଳନ ପାଇଁ ନିର୍ଦ୍ଦେଶ ଦିଆଯାଇଛି ଏବଂ ଆକଳନ ପରେ ତୁରନ୍ତ କୃଷି ଓ ଘରଭଙ୍ଗା ଇତ୍ୟାଦି କ୍ଷେତ୍ରରେ  ସହାୟତା ପ୍ୟାକେଜ ଦିଆଯିବ ବୋଲି ସେ କହିଥିଲେ।   
ସୂଚନାଯୋଗ୍ୟ ଯେ, ମୁଖ୍ୟମନ୍ତ୍ରୀ ଆକାଶମାର୍ଗରୁ ଯାଜପୁର ଜିଲ୍ଲାର ଦଶରଥପୁର, ବରୀ ଓ ବିଂଝାରପୁର, ଭଦ୍ରକ ଜିଲ୍ଲାର ଧାମନଗର, ଭଣ୍ଡାରିପୋଖରୀ ଓ ଚାନ୍ଦବାଲି, ବାଲେଶ୍ୱର ଜିଲ୍ଲାର ସୋର, ରେମୁଣା ଓ ବାଲେଶ୍ୱର ସଦର, ମୟୂରଭଞ୍ଜ ଜିଲ୍ଲାର ବଡସାହି, ଉଦଳା ଓ କପ୍ତିପଦାର କିଛି ପ୍ରଭାବିତ ଅଂଶ ଏବଂ କେନ୍ଦୁଝର ଜିଲ୍ଲାର ହାଟଡିହି ବ୍ଲକର ପ୍ରଭାବିତ ଅଞ୍ଚଳ ଗୁଡିକର ସ୍ଥିତି ସମ୍ପର୍କରେ ଅନୁଧ୍ୟାନ କରିଛନ୍ତି।
 
ବନ୍ୟା ପରିସ୍ଥିତି ଉପରେ ତାଙ୍କର ସମ୍ପୂର୍ଣ୍ଣ ନଜର ରହିଛି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଲେ ଯେ, ମନ୍ତ୍ରୀ ଓ ଅଧିକାରୀମାନଙ୍କ ସହିତ ଆଲୋଚନା କରି ଉପଯୁକ୍ତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି । ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ପୁରୀ ଜିଲ୍ଲାର ବନ୍ୟା ପରିସ୍ଥିତି ଉପରେ ମଧ୍ୟ ସତର୍କ ଦୃଷ୍ଟି ରଖାଯାଇଛି ।ସବୁ ବିପର୍ଯ୍ୟୟ ପରି ଏହି ବନ୍ୟାରେ ମଧ୍ୟ Zero Casualty କୁ ଗୁରୁତ୍ୱ ଦିଆଯାଇଛି। ଚଳିତ ବନ୍ୟାରେ ୮ ଲକ୍ଷ ଲୋକ ପ୍ରଭାବିତ ହୋଇଥିବା ବେଳେ ବନ୍ୟା ଦ୍ୱାରା ପ୍ରଭାବିତ ୨.୬୯ ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଛି। 

Post Views27 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!