IAS ଅଧିକାରୀ ସନ୍ତୋଷ କୁମାର ଷଡ଼ଙ୍ଗୀଙ୍କୁ ମିଳିଲା ନୂଆ ଦାୟିତ୍ୱ

ଓଡ଼ିଶା କ୍ୟାଡରର ୧୯୯୪ ବ୍ୟାଚର ବରିଷ୍ଠ IAS ଅଧିକାରୀ ସନ୍ତୋଷ କୁମାର ଷଡ଼ଙ୍ଗୀଙ୍କୁ ମିଳିଲା ନୂଆ ଓ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ । ବର୍ତ୍ତମାନ ସେ ନୂଆ ଓ ନବୀକରଣଯୋଗ୍ୟ ଶକ୍ତି ମନ୍ତ୍ରଣାଳୟ (MNRE)ର ସଚିବ ଭାବେ କାର୍ଯ୍ୟ କରୁଛନ୍ତି ।

ଏହାସହ ତାଙ୍କୁ ସୌରଶକ୍ତି ନିଗମର ଅଧ୍ୟକ୍ଷ ଓ ଏସଡି ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ଏହି ନିଯୁକ୍ତି ସମ୍ପର୍କରେ ସୂଚନା ଦେଇ କେନ୍ଦ୍ର ସରକାରଙ୍କ କାର୍ମିକ ଓ ପ୍ରଶିକ୍ଷଣ ବିଭାଗ ଏକ ଆଦେଶ ଜାରି କରିଛନ୍ତି ।

ଷଡ଼ଙ୍ଗୀଙ୍କ ଏହି ନୂଆ ଦାୟିତ୍ୱ ତାଙ୍କର ପୂର୍ବ ଅଭିଜ୍ଞତା ଓ ଦକ୍ଷତାକୁ ଆହୁରି ସଫଳତାର ସହ ବ୍ୟବହାର କରିବାର ଏକ ସୁଯୋଗ ପ୍ରଦାନ କରିବ ।

ସେ ପୂର୍ବରୁ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟରେ ଡାଇରେକ୍ଟର ଜେନେରାଲ ଅଫ ଫରେନ ଟ୍ରେଡ (DGFT) ଭାବେ କାର୍ଯ୍ୟ କରି ଦେଶର ରପ୍ତାନୀ ବୃଦ୍ଧିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ ।

Post Views6 Total Count

Apply Now


This will close in 0 seconds

error: Content is protected !!