୨୦୨୪-୨୫ ଶିକ୍ଷାବର୍ଷରୁ ଜାତୀୟ ଶିକ୍ଷା ନୀତି ୨୦୨୦ ପ୍ରଚଳନ ହେବ ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି । ସମସ୍ତ ସରକାରୀ ବିଶ୍ବବିଦ୍ୟାଳୟ ଓ ଅନୁବନ୍ଧିତ ମହାବିଦ୍ୟାଳୟରେ ଏହି ନୂଆ ଶିକ୍ଷା ନୀତି ପ୍ରବର୍ତ୍ତନ ପାଇଁ ଅନୁମୋଦନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।
ନୂତନ ଶିକ୍ଷାନୀତି ୨୦୨୦ ଅନୁସାରେ ଓଡ଼ିଶାରେ ୪ ବର୍ଷର ସ୍ନାତକ ବା ଗ୍ରାଜୁଏସନ୍ କୋର୍ସ ଆରମ୍ଭ ହେବ । ପ୍ରତି ଶିକ୍ଷା ବର୍ଷ ପରେ ଯୋଗ୍ୟ ଛାତ୍ରଛାତ୍ରୀଙ୍କୁ ସାର୍ଟିଫିକେଟ, ଡିପ୍ଲୋମା, ଡିଗ୍ରୀ ଓ ଡିଗ୍ରୀ ଅନର୍ସ ପ୍ରଦାନ କରାଯିବ । ନୂଆ ସିଲାବସ୍ ଓ କ୍ରେଡିଟ୍ ଫ୍ରେମୱର୍କ ଅନୁଯାୟୀ ନୂଆ ଶିକ୍ଷାନୀତି ଲାଗୁ ହେବ ।

