ନବସୃଜନରୁ ନବଉଦ୍ୟୋଗ ପ୍ରତିଷ୍ଠା ଉଦ୍ଦେଶ୍ୟ: ଧର୍ମେନ୍ଦ୍ର

ଆଇଆଇଟି ଭୁବନେଶ୍ବରର ଗବେଷଣା ଓ ଉଦ୍ୟମିତା ପାର୍କର ଅଭିଯାନ ‘୧୦୦-କ୍ୟୁବ୍’ ଷ୍ଟାର୍ଟଅପ୍କୁ ଉଦ୍ଘାଟନ କରି ଓଡ଼ିଶା ତଥା ଭାରତର ଯୁବଶକ୍ତି ମଧ୍ୟରେ ସୃଜନାତ୍ମକ ଚିନ୍ତାଧାରାକୁ ସଫଳ ଉଦ୍ୟୋଗରେ ପରିବର୍ତ୍ତିତ କରିବାରେ ପ୍ରବଳ ଉତ୍ସାହ ରହିଛି। ଓଡ଼ିଶାରେ ଯୁବପିଢ଼ିଙ୍କ ମାଧ୍ୟମରେ ନବସୃଜନରୁ ନବଉଦ୍ୟୋଗ ପ୍ରତିଷ୍ଠା କରିବା ହେଉଛି ଉଦ୍ଦେଶ୍ୟ।

୨୦୩୬ ସୁଦ୍ଧା ଓଡ଼ିଶା ଭାଷା ଭିତ୍ତିରେ ସ୍ୱତନ୍ତ୍ର ପ୍ରଦେଶ ଗଠନର ଶତବାର୍ଷିକୀ ପୂରଣ କରିବ। ଏହି ସମୟ ସୁଦ୍ଧା ଏହି ପାର୍କରେ ହାରାହାରି ୧୦୦ କୋଟି ଟଙ୍କା ଲେଖାଁଏ ମୂଲ୍ୟର ୧୦୦ଟି ଷ୍ଟାର୍ଟଅପ୍ ସୃଷ୍ଟି କରିବାର ଲକ୍ଷ୍ୟ ରହିଛି ବୋଲି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି।

। ସେ କହିଛନ୍ତି ଯେ ଓଡ଼ିଆ ପିଲାଙ୍କ ମଧ୍ୟରେ ଥିବା ଉଦ୍ୟୋଗୀ ପ୍ରତିଭାକୁ ପ୍ରସ୍ଫୁଟିତ କରିବା ତଥା ସେମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ ଗଠନ ଦିଗରେ ଏହି ପଦକ୍ଷେପ ନିଆଯାଇଛି। ଶିକ୍ଷା ମନ୍ତ୍ରାଣାଳୟ ୧୩୦ କୋଟି ଟଙ୍କା ସହାୟତାରେ ଏହି ପାର୍କକୁ ଆସନ୍ତା ୨ବର୍ଷ ମଧ୍ୟରେ ୨୦ ହଜାର ବର୍ଗଫୁଟରୁ ୮୦ ହଜାର ବର୍ଗଫୁଟ୍ ପର୍ଯ୍ୟନ୍ତ ସମ୍ପ୍ରସାରଣ କରାଯିବ। ମନ୍ତ୍ରୀ ଶ୍ରୀ ପ୍ରଧାନ ସୂଚନା ଦେଇଛନ୍ତି ଯେ ଦେଶରେ ୧ ଲକ୍ଷ ୨୦ ହଜାରରୁ ଅଧିକ ଷ୍ଟାର୍ଟଅପ୍ ରହିଛି। ପୁରୀ ଅଞ୍ଚଳର ପିଲାମାନେ ନଡ଼ିଆ ଖୋଳପାରୁ ପେଟ୍ରୋକେମିକାଲ ବିକଳ୍ପ ଉତ୍ପାଦ ବାହାର କରୁଛନ୍ତି। ଏହା ହିଁ ବଡ଼ ପ୍ରେରଣା ବୋଲି ସେ କହିଛନ୍ତି।

ଏହି ଅବସରରେ ସେ ଆଇଆଇଟି ଭୁବନେଶ୍ବରର ୧୫୦୦ ସିଟ୍ ବିଶିଷ୍ଟ ପ୍ରେକ୍ଷାଳୟକୁ ଉଦ୍ଘାଟନ କରିଥିବା ବେଳେ ୪୫୦ କୋଟି ଟଙ୍କା ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ୨୦ଟି ଶିଳ୍ପ ସଂସ୍ଥା, ୩୦ ଷ୍ଟାର୍ଟଅପ୍ ଓ ୩୦ ପୁଞ୍ଜିନିବେଶକାରୀଙ୍କ ମଧ୍ୟରେ ବୁଝାମଣାପତ୍ର ସ୍ବାକ୍ଷର ହୋଇଛି।

Post Views35 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!