ଓଡ଼ିଶାରେ ହେବ EV କାରଖାନା

ଓଡ଼ିଶାରେ ହେବ ମେଗା ବିଦ୍ୟୁତ୍‌ ଯାନ (ଇଭି) କାରଖାନା। ଦେଶର ପ୍ରମୁଖ ଶିଳ୍ପଗୋଷ୍ଠୀ ଜେଏସ୍‌ଡବ୍ଲ୍ୟୁ ଗ୍ରୁପ୍‌ ସହିତ ରାଜ୍ୟ ସରକାର ଆଜି ଏ ନେଇ ଏକ ବୁଝାମଣାପତ୍ର (ଏମ୍‌ଓୟୁ) ସ୍ବାକ୍ଷର କରିଛନ୍ତି।

ବୁଝାମଣାପତ୍ର ଅନୁଯାୟୀ କମ୍ପାନି କଟକରେ ସମନ୍ବିତ ବିଦ୍ୟୁତ ଯାନ କାରଖାନା ଏବଂ ପାରାଦୀପରେ ବିଦ୍ୟୁତ ଯାନ ବ୍ୟାଟେରି ନିର୍ମାଣ ସମେତ ଉପକରଣ ଆଦି ନିର୍ମାଣ ପାଇଁ କାରଖାନା ସ୍ଥାପନ କରିବ। ପାରାଦୀପରେ କପର ସ୍ମେଲଟର ଓ ଲିଥିୟମ ରିଫାଇନେରି ହେବ।

ସମନ୍ବିତ ବିଦ୍ୟୁତ ଯାନ ପ୍ରକଳ୍ପରେ ୪୦ ହଜାର କୋଟି ଟଙ୍କା ନିବେଶ ହେବ। ଏହାଦ୍ବାରା ୧୦ ହଜାର ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଏଥିସହିତ ଆନୁଷଙ୍ଗିକ କ୍ଷେତ୍ରରେ ମଧ୍ୟ ନିବେଶ ଓ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମଏସଏମଇ)ର ବିକାଶକୁ ମଧ୍ୟ ଏହା ତ୍ବରାନ୍ବିତ କରିବ।

ଅଟୋ ଉପକରଣ ଯୋଗାଣ ଏବଂ ସେବା କ୍ଷେତ୍ରରେ ବ୍ୟାପକ ସୁଯୋଗ ସୃଷ୍ଟି ହେବ। ସମନ୍ବିତ ଇଭି କାରଖାନାରେ ୫୦ଜିଡବ୍ଲ୍ୟୁଏଚ୍‌ ବ୍ୟାଟେରି ପ୍ଲାଣ୍ଟ, ଇଭି, ଲିଥିୟମ ରିଫାଇନାରି, କପର ସ୍ମେଲଟର ଏବଂ ଅନ୍ୟାନ୍ୟ ପ୍ରକଳ୍ପ ରହିବ।

Post Views4 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!