କେରଳ ଓ୍ୱାୟନାଡ ଭୂସ୍ଖଳନରେ ମୃତ୍ୟୁ ସଂଖ୍ୟା ୧୫୩ କୁ ବୃଦ୍ଧି

କେରଳର ୱାୟନାଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଯୋଗୁଁ ହୋଇଥିବା ଭୂସ୍ଖଳନରେ ୧୫୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଶତାଧିକ ଆହତ ହୋଇଛନ୍ତି। ମଙ୍ଗଳବାର ଉଦ୍ଧାର କାର୍ୟ୍ୟ ଶେଷ ହେବା ବେଳକୁ ୮୦୦ରୁ ଅଧିକ ଲୋକଙ୍କୁ ଉଦ୍ଧାର କରାଯାଇଛି। ଏବେ ସକାଳୁ ମଧ୍ୟ ଉଦ୍ଧାର କାର୍ୟ୍ୟ ଆରମ୍ଭ ହୋଇଯାଇଛି ।

ଶତାଧିକ ଲୋକ ଭଗ୍ନାବଶେଷ ତଳେ ଫସି ରହିଥିବାରୁ ମୃତକଙ୍କ ସଂଖ୍ୟା ବଢ଼ିବାର ଆଶଙ୍କା କରାଯାଉଛି। ମଙ୍ଗଳବାର ଭୋର ସମୟରେ ଭୂସ୍ଖଳନ ଘଟିବାରୁ ଲୋକମାନେ ନିଜ ଘରେ ଶୋଇଥିବା ବେଳେ ଘରୁ ବାହାରିବାର ସୁଯୋଗ ପାଇନଥିଲେ।

ଭୂସ୍ଖଳନ ଯୋଗୁଁ ଅନେକ ଘର ଭୁଶୁଡ଼ି ପଡ଼ିଛି, ନଦୀଗୁଡ଼ିକ ଜଳମଗ୍ନ ହୋଇଛି ଏବଂ ଅନେକ ଗଛ ଉପୁଡ଼ି ପଡ଼ିଛି। ଖରାପ ପାଗ ମଧ୍ୟରେ ସେନା, ନୌସେନା ଏବଂ ଏନଡିଆରଏଫର ଉଦ୍ଧାରକାରୀ ଟିମ୍ ଉଦ୍ଧାର କାର୍ୟ୍ୟ ଜାରି ରଖିଛନ୍ତି ।

Post Views6 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!