ବର୍ଷକରେ ୧୪୦ଟି ଯୋଜନା କରିଥିଲେ ବିଜେଡି ସରକାର

ରାଜ୍ୟର ତତକାଳୀନ ବିଜେଡି ସରକାର ୨୦୨୩ ଜାନୁୟାରୀରୁ ୨୦୨୪ ଫେବୃୟାରୀ ମାସ ମଧ୍ୟରେ ମୋଟ ପ୍ରାୟ ୧୪୦ଟି ଯୋଜନା କରିଥିଲେ । ସେଥିରୁ ୫ଟି ଯୋଜନା ପାଇଁ କୌଣସି ବଜେଟ୍ ବରାଦ ହୋଇନଥିବା ଜଣାପଡ଼ିଛି । ଏପଟେ ରାଜ୍ୟରେ କ୍ଷମତାସୀନ ବିଜେପି ସରକାର ନିଜର ନୂଆ ଯୋଜନା ଓ କାର୍ଯ୍ୟକ୍ରମ ପାଇଁ ପ୍ରାୟ ୧୬ହଜାର କୋଟି ଟଙ୍କାର ବ୍ୟୟବରାଦ କରିଥିବା ଜଣାପଡ଼ିଛି।

ଆଜି ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୁଇଟି ପ୍ରଶ୍ନର ଲିଖିତ ଉତ୍ତର ଦେଇ କହିଛନ୍ତି ଯେ, ଅର୍ଥମନ୍ତ୍ରୀଙ୍କ ଦ୍ୱାରା ଜୁଲାଇ ୨୫ତାରିଖରେ ବଜେଟରେ ଯେଉଁ ମୁଖ୍ୟ ନୂଆ ଯୋଜନା ଓ କାର୍ଯ୍ୟକ୍ରମ ପ୍ରଣୟନ କରିବାକୁ ପ୍ରସ୍ତାବ ରଖାଯାଇଛି ସେଥିପାଇଁ ଆବଶ୍ୟକୀୟ ଅର୍ଥର ବ୍ୟୟବରାଦ ହୋଇଛି ।

ସୁଭଦ୍ର ଯୋଜନାରେ ୧୦ହଜାର କୋଟି, ସମୃଦ୍ଧ କୃଷକ ଯୋଜନାରେ ୫ହଜାର କୋଟି, ଜଗନ୍ନାଥ ସଂସ୍କୃତିର ପ୍ରଚାର ଓ ପ୍ରସାର ପାଇଁ ୫୦୦ କୋଟି ଟଙ୍କା, ଓଡ଼ିଆ ଅସ୍ମିତା କର୍ପସ ପାଣ୍ଠି ପାଇଁ ୨୦୦କୋଟି, ମାଧୋ ସିଂହ ହାତଖର୍ଚ୍ଚ ଯୋଜନାରେ ୧୫୬କୋଟି, ଘଟଗାଁ ମା’ ତାରିଣୀ ମନ୍ଦିରର ପାରିପାଶ୍ୱିର୍କ ଉନ୍ନତି ପାଇଁ ୫୦କୋଟି, ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ସ୍କୁଲ ପାଇଁ ୫୦କୋଟି ଓ ଦୀନଦୟାଲ କର୍ମଚାରୀ ନିବାସ ଯୋଜନା ପାଇଁ ୫୦କୋଟି ଟଙ୍କାର ବ୍ୟୟବରାଦ ହୋଇଛି । ବିଜେଡି ବିଧାୟକ ଧ୍ରୁବଚରଣ ସାହୁଙ୍କ ଏକ ପ୍ରଶ୍ନର ଉତ୍ତରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଏହା କହିଛନ୍ତି ।

Post Views2 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!