ଅଗ୍ନିଶମ ଡିଆଇଜି ରାଜେଶ ପଣ୍ଡିତ ନିଲମ୍ବିତ

୨୦୦୭ ବ୍ୟାଚ ଆଇପିଏସ ପଣ୍ଡିତ ରାଜେଶ ଉତ୍ତମରାଓଙ୍କୁ ରାଜ୍ୟ ସରକାର କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି। ନିଜ କ୍ଷମତାର ଅପବ୍ୟବହାର କରି ଜଣେ ମହିଳା ଇନ୍ସପେକ୍ଟରଙ୍କୁ ପ୍ରେମ ନିବେଦନ କରିବା ତାଙ୍କୁ ମହଙ୍ଗା ପଡ଼ିଛି। ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଗତକାଲି ରାତିରେ ଦିଲ୍ଲୀରେ ଚାଲିଥିବା ନୀତି ଆୟୋଗ ବୈଠକରୁ ଫେରିବା ପରେ ରାଜେଶ ପଣ୍ଡିତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଥିଲେ।

ଆଜି ଗୃହ ବିଭାଗ ପକ୍ଷରୁ ଜାରି ନିର୍ଦ୍ଦେଶନାମା ଅନୁସାରେ ଅଗ୍ନିଶମ ଓ ହୋମଗାର୍ଡ ଡିଆଇଜି ରାଜେଶ ପଣ୍ଡିତଙ୍କ ବିରୋଧରେ ପୁଲିସ ଡିଜି ଅରୁଣ ଷଡ଼ଙ୍ଗୀ ଦେଇଥିବା ଗୋପନୀୟ ରିପୋର୍ଟ ଆଧାରରେ ସରକାର ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି।

ରାଜେଶ ପଣ୍ଡିତ ନିଲମ୍ବନ ଅବଧିରେ କଟକ ସ୍ଥିତ ରାଜ୍ୟ ପୁଲିସ ମୁଖ୍ୟାଳୟରେ କାର୍ଯ୍ୟ କରିବେ। ପୁଲିସ ଡିଜିଙ୍କ ବିନା ଅନୁମତିରେ ସେ ହେଡ କ୍ୱାର୍ଟର୍ସ ଛାଡ଼ି ଯାଇପାରିବେ ନାହିଁ ବୋଲି ନିର୍ଦ୍ଦେଶନାମାରେ କୁହାଯାଇଛି।
ଭୁବନେଶ୍ୱର କ୍ୟାପିଟାଲ ଥାନା ଅଞ୍ଚଳରେ ଗତ ୨୭ ତାରିଖ ରାତିରେ ଘଟିଥିବା ଅଭାବନୀୟ ଘଟଣା ପାଇଁ ରାଜେଶ ପଣ୍ଡିତଙ୍କ ବିରୋଧରେ ଏହି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

ଉଲ୍ଲେଖଯୋଗ୍ୟ, ରାଜେଶ ପଣ୍ଡିତ ଆମେରିକାରେ ପ୍ରାୟ ୧ବର୍ଷ ପ୍ରଶିକ୍ଷଣ ନେଇ ଚଳିତ ମାସରେ ଭୁବନେଶ୍ୱର ଫେରିଛନ୍ତି। ୨୭ ତାରିଖ ରାତିରେ ସେ କ୍ୟାପିଟାଲ ଥାନା ଅଞ୍ଚଳରେ ଥିବା ଏକ ସରକାରୀ କ୍ୱାର୍ଟର୍ସକୁ ଯାଇ ସେଠାରେ ରହୁଥିବା ମହିଳା ଇନ୍ସପେକ୍ଟରଙ୍କୁ ବିବାହ କରିବେ ବୋଲି ଜିଦ୍ ଧରିଥିଲେ ବୋଲି ଚର୍ଚ୍ଚା ହେଉଛି।

ଏପରିକି ସଂପୃକ୍ତ ମହିଳାଙ୍କ ସ୍ୱାମୀଙ୍କୁ ସେ ମାରପିଟ କରିଥିବା ଅଭିଯୋଗ ହୋଇଛି।

Post Views34 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!