ଓଡ଼ିଶା ସରକାର ରାଜ୍ୟର ପ୍ରମୁଖ ଶିକ୍ଷା ଯୋଜନା ”ମୁଖ୍ୟମନ୍ତ୍ରୀ ମେଧାବୃତ୍ତି ଯୋଜନା ଓ ଅନ୍ୱେଷା ଯୋଜନା” ଅଧୀନରେ ପ୍ରି-ମେଟ୍ରିକ ଓ ପୋଷ୍ଟ-ମେଟ୍ରିକ ଛାତ୍ରଛାତ୍ରୀଙ୍କ ପାଇଁ ବାର୍ଷିକ ବୃତ୍ତି ରାଶି ବୃଦ୍ଧି କରିଛନ୍ତି। ମୁଖ୍ୟମନ୍ତ୍ରୀ ମେଧାବୃତ୍ତି ଯୋଜନାରେ ପ୍ରି-ମେଟ୍ରିକ ଛାତ୍ରଛାତ୍ରୀଙ୍କ ବୃତ୍ତି ରାଶି ବାର୍ଷିକ ୧୦,୫୦୦ ଟଙ୍କାରୁ ୧୬,୦୦୦ ଟଙ୍କାକୁ ବୃଦ୍ଧି ପାଇଛି।
ସେହିପରି, ଆର୍ଥିକ ଦୁର୍ବଳ ପରିବାରର ଛାତ୍ରଛାତ୍ରୀଙ୍କୁ ସହାୟତା ପ୍ରଦାନ କରୁଥିବା ଅନ୍ୱେଷା ଯୋଜନାରେ ବୃତ୍ତି ରାଶି ୧୧,୦୦୦ ଟଙ୍କାରୁ ୧୭,୦୦୦ ଟଙ୍କାକୁ ବୃଦ୍ଧି କରାଯାଇଛି। ପୋଷ୍ଟ-ମେଟ୍ରିକ ସ୍ତରରେ, ପୁରୁଷ ଛାତ୍ରମାନେ ପୂର୍ବରୁ ପାଉଥିବା ୧୧,୦୦୦ ଟଙ୍କା ବଦଳରେ ଏବେ ୧୬,୦୦୦ ଟଙ୍କା ଏବଂ ମହିଳା ଛାତ୍ରୀମାନେ ୧୭,୦୦୦ ଟଙ୍କା ବାର୍ଷିକ ପାଇବେ।

