ବଦଳି ନିର୍ଦ୍ଦେଶ ପରେ ନୂଆ କାର୍ଯ୍ୟରେ ଯୋଗ ନଦେଲେ ବନ୍ଦ ହେବ ଦରମା

ବଦଳି ନିର୍ଦ୍ଦେଶ ପରେ ନୂଆ କାର୍ଯ୍ୟରେ ଯୋଗ ନଦେଲେ ବନ୍ଦ ହେବ ଦରମା। ଏନେଇ ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦେଇଛି ରାଜସ୍ୱ ବିଭାଗ। ବଦଳି ନିର୍ଦ୍ଦେଶ ମାନୁନଥିବା ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦିଆଯାଇଛି।ସୂଚନା ଅନୁସାରେ ଅଗଷ୍ଟ ୧୭ ଏବଂ ସେପ୍ଟେମ୍ବର ୧୦ରେ ବଦଳି ନିର୍ଦ୍ଦେଶ ବାହାରିଥିଲେ ବି ଆଜି ଯାଏଁ ନିର୍ଦ୍ଦେଶନାମାକୁ ମାନୁ ନାହାନ୍ତି ଓଏଏସ୍ ଅଧିକାରୀ।

ଏପର୍ଯ୍ୟନ୍ତ ଏହି ଅଧିକାରୀମାନେ ନୂଆ କାର୍ଯ୍ୟରେ ଯୋଗ ଦେଇନାହାନ୍ତି। ତେଣୁ ଏଭଳି ଅମାନିଆ ଅଧିକାରୀଙ୍କୁ ସାବାଡ଼ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ସରକାର। ବଦଳି ନିର୍ଦ୍ଦେଶ ପରେ ନୂଆ କାର୍ଯ୍ୟରେ ଯୋଗ ନଦେଲେ ସିଧା ସଳଖ ଦରମା ବନ୍ଦ କରିଦେବାକୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛି ରାଜସ୍ୱ ବିଭାଗ।

ଏନେଇ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ଯେ ନିର୍ବାଚନ ପରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଅନୁମତି ନେଇ ଯେଉଁ ଓଏଏସ୍ ଅଧିକାରୀମାନଙ୍କୁ ବଦଳି କରାଯାଇଛି, ସେମାନଙ୍କୁ ଆମେ ସରକାରଙ୍କ ତରଫରୁ ରିଲିଭ କରି ସାରିଛୁ।

Post Views7 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!