ଗୋଟିଏ ଅଲିମ୍ପିକ୍ସରେ ୨ଟି ପଦକ ଜିତିବାରେ ପ୍ରଥମ ଭାରତୀୟ ମହିଳା ମନୁ

ପ୍ୟାରିସ୍ ଅଲିମ୍ପିକ୍ସର ଚତୁର୍ଥ ଦିନରେ ଭାରତକୁ ଆଉ ଏକ ଐତିହାସିକ ସଫଳତା ମିଳିଛି।

୧୦ମିଟର ଏୟାର ପିସ୍ତଲ ମିଶ୍ରିତ ବର୍ଗରେ କାଂସ୍ୟ ଜିତିଛନ୍ତି ମନୁ ଭାକର। ମହିଳା ୧୦ ମିଟର ଏୟାର ପିସ୍ତଲ୍ରେ ମନୁ ଭାକର ପ୍ୟାରିସ୍ ଅଲିମ୍ପିକ୍ସର ଦ୍ବିତୀୟ ଦିନରେ କାଂସ୍ୟ ପଦକ ଜିତି ୧୪୪ କୋଟି ଭାରତୀୟଙ୍କୁ ଚଳିତ ସଂସ୍କରଣର ପ୍ରଥମ ପଦକ ଭେଟି ଦେଇଥିଲେ।

ତା’ ସହିତ ସୁଟିଂରୁ ପଦକ ଜିତିବାରେ ୨୨ ବର୍ଷୀୟା ମନୁ ପ୍ରଥମ ଭାରତୀୟ ମହିଳା ଓ ୧୦ ମିଟର ଏୟାର ପିସ୍ତଲ୍ ବର୍ଗରେ ପଦକ ଜିତିବାରେ ପ୍ରଥମ ଭାରତୀୟ ହେବାର ଗୌରବ ଲାଭ କରିଥିଲେ। ୧୨ ବର୍ଷ ପରେ ଭାରତକୁ ବନ୍ଧୁକ ଚାଳନାରୁ ପଦକ ମିଳିଥିବା ବେଳେ ମନୁ ଭାରତକୁ ଏକାସାଙ୍ଗରେ ୨ଟି ପଦକ ଭେଟି ଦେଇଛନ୍ତି।

Post Views34 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!