ଓଡ଼ିଶାର ୧୩ ଜଣଙ୍କୁ ମିଳିବ ପୋଲିସ ମେଡାଲ

ଓଡ଼ିଶାର ୧୩ ଜଣଙ୍କୁ ମିଳିବ ପୋଲିସ ପଦକ। ସ୍ବାଧୀନତା ଦିବସ ଉପଲକ୍ଷେ ରାଷ୍ଟ୍ରପତି ପଦକ ଘୋଷଣା କରାଯାଇଛି। ଓଡ଼ିଶାରୁ ୧୩ ଜଣ ପାଇବେ ରାଷ୍ଟ୍ରପତି ପୁଲିସ ପଦକ। କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ପୁଲିସ ମେଡାଲ ଘୋଷଣା କରାଯାଇଛି। ଅଗ୍ନିସେବା ଲାଗି ଓଡ଼ିଶାର ୨ ଜଣଙ୍କୁ ଏମଏସଏମ ମିଳିବ। ହୋମଗାର୍ଡ ଓ ସିଭିଲ ଡିଫେନ୍ସର ୨ ଜଣଙ୍କୁ ପିଏସଏମ, ହୋମଗାର୍ଡ ଓ ସିଭିଲ ଡିଫେନ୍ସର ୨ ଜଣଙ୍କୁ ଏମଏସଏମ, କରେକସନାଲ ସର୍ଭିସ ଲାଗି ଓଡ଼ିଶାର ଜଣଙ୍କୁ ଏମଏସଏମ ମିଳିବ।

ଉଲ୍ଲେଖନୀୟ ସେବା ଲାଗି ରାଷ୍ଟ୍ରପତି ପାଇବେ ଅତିରିକ୍ତ ମହାନିର୍ଦ୍ଦେଶକ ସୁରେଶ ଦେବଦତ୍ତ ସିଂ ଓ ଡିଏସପି ସଚ୍ଚିଦାନନ୍ଦ ରଥ। ହୋମଗାର୍ଡ କମ୍ପାନି କମାଣ୍ଡର ପ୍ରକାଶ ଚନ୍ଦ୍ର ସାହୁ ଓ ଓ ସିଭିଲ ଡିଫେନ୍ସ ଭଲ୍ୟୁଣ୍ଟିୟର ସୀମାଞ୍ଚଳ କୁଣ୍ଡୁଙ୍କୁ ମିଳିବ ମେଡାଲ। ମେରିଟୋରିଅସ ସେବା ମେଡାଲ ପାଇବେ ଡେପୁଟି କମାଣ୍ଡାଣ୍ଟ କୌଶିକ କୁମାର ନାୟକ, ଡିଏସପି ସନତ କୁମାର ନାଥଶର୍ମା, ଡିଏସପି କବିତା ସାହୁ, କନଷ୍ଟେବଳ ପ୍ରମୋଦ କୁମାର ମହାନ୍ତ, ସବଇନ୍ସପେକ୍ଟର ପ୍ରଦ୍ୟୁମ୍ନ କୁମାର ନନ୍ଦ, ଆସିଷ୍ଟାଣ୍ଟ ସବଇନସ୍ପପେକ୍ଟର ବାବୁଲା ସାମଲ, କନେଷ୍ଟବଳ ହରିବନ୍ଦୁ ଭତ୍ରା, ହାବିଲଦାର ତୋଫାନ ବେହେରା, ପ୍ରାଣକୃଷ୍ଣ ଲେଙ୍କା, ସୁରେଶ ଚନ୍ଦ୍ର ରାଉତ। ଅଗ୍ନିସେବା କ୍ଷେତ୍ରରେ ଉଲ୍ଲେଖନୀୟ ସେବା ଲାଗି ମେଡାଲ ପାଇବେ ନିରଞ୍ଜନ ଜେନା ଓ ସୁକାନ୍ତ କୁମାର ବେହେରା। ସେହିପରି ଜେଲର ରତିକାନ୍ତ ଶୁକ୍ଲାଙ୍କୁ ବି ମିଳିବ ମେଡାଲ।

Post Views70 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!