୪୨ଟି ସଂସ୍ଥାକୁ ରପ୍ତାନି କ୍ଷେତ୍ର ପ୍ରତି ଉଲ୍ଲେଖନୀୟ ଯୋଗଦାନ ପ୍ରଦାନ କରିଥିବା ରାଜ୍ୟ ରପ୍ତାନି ପୁରସ୍କାର ପ୍ରଦାନ କରାଯାଇଛି। ୨୦୨୨-୨୩ ଆର୍ଥିକ ବର୍ଷରେ ରାଜ୍ୟରୁ ୯୫,୭୭୩.୯୫ କୋଟି ଟଙ୍କାର ରପ୍ତାନି ହୋଇଥିବା ସୂଚନା ଦିଆଯାଇଛି। ୨୦୨୦-୨୧ ଓ ୨୦୨୧-୨୨ ଆର୍ଥିକ ବର୍ଷର ପୁରସ୍କାର ଦିଆଯାଇଛି। ୨୦୨୦-୨୧ରେ ବେଦାନ୍ତ ଝାରସୁଗୁଡ଼ାକୁ ସର୍ବଶ୍ରେଷ୍ଠ ରପ୍ତାନି ପୁରସ୍କାର ମିଳିଥିବା ବେଳେ ଏହା ସୁନ୍ଦରଜଡ଼ର ଆର୍ବି ଅଗ୍ରୱାଲ୍ ଆଣ୍ଡ୍ କଂପାନିକୁ ଦ୍ବିତୀୟ ପୁରସ୍କାର ମିଳିଛି।
ଟ୍ରଫି ୱିଥ୍ ସାର୍ଟିଫିକେଟ ଅଫ୍ ମେରିଟ୍ ବର୍ଗରେ ଗୁପ୍ତା ପାୱାର ଇନଫ୍ରାଷ୍ଟ୍ରକ୍ଚର, ଇମାମି ପେପର ମିଲ୍ସ, ବି ଏଲ୍ ଗୋୟାଲ, ବି ୱାନ୍ ବିଜନେସ୍ ହାଉସ୍, ଇମ୍ଫା ଓ ଇନ୍ଫୋସିସ୍କୁ ପୁରସ୍କୃତ କରାଯାଇଛି। ସାର୍ଟିଫିକେଟ୍ ଅଫ୍ ଏକ୍ସଲେନ୍ସ ବର୍ଗରେ ଆଇଏଫ୍ଜିଏଲ୍ ରିଫ୍ରାକ୍ଟରିଜ୍, ଭାରତୀୟ ତୈଳ ନିଗମ, ଜେପି ହାଣ୍ଡଲୁମ, ମାଗ୍ମା ଫୁଡ୍ସ, ନାଲ୍କୋ, ହିଣ୍ଡାଲ୍କୋ, ଟିସିଏସ୍ ଓ ଆବ୍ସିସ୍କୁ ପୁରସ୍କାର ପ୍ରଦାନ କରାଯାଇଛି। ସ୍ପେସାଲ ସାର୍ଟିଫିକେଟ ବର୍ଗରେ ଅର୍ଚ୍ଚିଡ୍ ମେରାଇନ ଏକ୍ସପୋର୍ଟସ୍ ଓ ଆଇଏମବି ମେରାଇନ ଏକ୍ସପୋର୍ଟସ୍କୁ ପୁରସ୍କାର ଦିଆଯାଇଛି। ୨୦୨୦-୨୧ ଓ ୨୦୨୧-୨୨ ବର୍ଗରେ ଶ୍ରେଷ୍ଠ ମହିଳା ଉଦ୍ୟୋଗୀ ବର୍ଗରେ ଡିକେଏସଆର ସ୍ପେସାଲିଷ୍ଟ କେମିକାଲ୍କୁ ପୁରସ୍କୃତ କରାଯାଇଛି।
୨୦୨୧-୨୨ ବର୍ଷ ପାଇଁ ବେଦାନ୍ତ ଝାରସୁଗୁଡ଼ା ଓ ଆବ୍ସିସ୍କୁ ଶ୍ରେଷ୍ଠ ରପ୍ତାନି ପୁରସ୍କାର ଦିଆଯାଇଛି। ଟ୍ରଫି ୱିଥ୍ ସାର୍ଟିଫିକେଟ୍ ଅଫ୍ ମେରିଟ୍ ବର୍ଗରେ ଭାରତୀୟ ତୈଳ ନିଗମ, ଗାଲାକ୍ସି ମେଡିକେୟାର, ଜେପି ହାଣ୍ଡଲୁମ, ମାଗ୍ମା ଫୁଡ୍ସ, ଶ୍ରୀରାମ ଏକ୍ସପୋର୍ଟ, ହିଣ୍ଡାଲକୋ ଓ ଟିସିଏସ୍କୁ ପୁରସ୍କୃତ କରାଯାଇଛି। ସାର୍ଟିଫିକେଟ ଅଫ୍ ଏକ୍ସଲେନ୍ସ ବର୍ଗରେ ଟେରାବ୍ଲକ, ଇମାମି ପେପର ମିଲ୍ସ, ଟିଆରଏଲ କ୍ରୋସାକି ରିଫ୍ରାକ୍ଟରିଜ୍, ସୁଦର୍ଶନ କ୍ରାଫ୍ଟସ ମ୍ୟୁଜିୟମ, ସାହି ଏକ୍ସପୋର୍ଟସ୍, ବି ୱାନ ବିଜନେସ ହାଉସ, ଫ୍ଲାମିଙ୍ଗୋ ଶ୍ରୀକମ୍ପ୍ଲେକ୍ସ, ଫାଲକନ ମେରାଇନ ଏକ୍ସପୋର୍ଟ, ଅର୍ଚ୍ଚିଡ ମେରାଇନ ଏକ୍ସପୋର୍ଟ, ଆଇଆରଇଏଲ, ଇମ୍ଫା, ନାଲକୋ ଓ ଏଲ୍ଟିଆଇ ମାଇଣ୍ଡଟ୍ରିକୁ ପୁରସ୍କୃତ କରାଯାଇଛି। ସ୍ପେସାଲ ସାର୍ଟିଫିକେଟ ବର୍ଗରେ ଉତ୍କଳ ସ୍ପେସିଆଲିଟି ଇଣ୍ଡଷ୍ଟ୍ରିଜ୍ ଓ ମାଷ୍ଟରସେଫ ଏକ୍ସପୋର୍ଟକୁ ପୁରସ୍କାର ଦିଆଯାଇଛି।
ଶିଳ୍ପ ମନ୍ତ୍ରୀ ପ୍ରତାପ କେଶରୀ ଦେବ ରପ୍ତାନିକାରୀମାନଙ୍କୁ ପୁରସ୍କୃତ କରିଛନ୍ତି। ଏହି ଅବସରରେ ବିଭାଗୀୟ ପ୍ରମୁଖ ସଚିବ ଶାଶ୍ବତ ମିଶ୍ର, ରପ୍ତାନି ନିର୍ଦ୍ଦେଶକ ଦିଲ୍ଲୀପ କୁମାର ସାହୁ ଓ ସ୍ବତନ୍ତ୍ର ସଚିବ ବିଭୂତି ଭୂଷଣ ନାୟକ ଉପସ୍ଥିତ ଥିଲେ।

