ଭିଜିଲାନ୍ସ ଜାଲରେ ଏଏସଆଇ

ଭିଜିଲାନ୍ସ ଜାଲରେ ଏଏସଆଇ। ଲାଞ୍ଚ ନେଲା ବେଳେ ଧରାପଡ଼ିଲେ ସୁନ୍ଦରଗଡ଼ ଜିଲ୍ଲା ଲହୁଣୀପଡ଼ା ଥାନା ASI ମଦନ ମୋହନ ପ୍ରଧାନ । ଖାଦ୍ୟ ଦୋକାନୀଙ୍କ ଠାରୁ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡ଼ି ବସିଲା ଟିମ୍ । ଏଏସଆଇ ମଦନ ମୋହନ ପ୍ରଧାନଙ୍କ ସହ ତାଙ୍କ ସହଯୋଗୀ ମନଦୀପ କୁମାର ଦାସମୋଡ଼କ ମଧ୍ୟ ଧରାପଡ଼ିଛନ୍ତି । ସମ୍ପୃକ୍ତ ଖାଦ୍ୟ ଦୋକାନ ମାଲିକ ଓ ତାଙ୍କ ସାନଭାଇଙ୍କ ବିରୋଧରେ ଏକ ଅବକାରୀ ମାମଲା ରୁଜୁ ହୋଇଥିଲା ।

ଏହି ମାମଲାରେ ଗିରଫ ନକରିବା ଏବଂ ତାଙ୍କୁ ସହାୟତା କରିବା ପାଇଁ ଏଏସଆଇ ମଦନ ମୋହନ ପ୍ରଧାନ ୨୦ ହଜାର ଟଙ୍କା ଦାବି କରିଥିଲେ। ଦାବି ମୁତାବକ ଟଙ୍କା ନଦେଲେ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯିବ ବୋଲି ଧମକ ଦିଆଯାଇଥିବା ଭିଜିଲାନ୍ସ ପକ୍ଷରୁ କୁହାଯାଇଛି ।

ଅନ୍ୟ କୌଣସି ଉପାୟ ନପାଇ ଅଭିଯୋଗକାରୀ ଏନେଇ ଭିଜିଲାନ୍ସକୁ ଜଣାଇଥିଲେ। ପରେ ଯୋଜନା ମୁତାବକ ଭିଜିଲାନ୍ସ ଟିମ୍ ଜାଲ ବିଛାଇଥିଲା । ଏଏସଆଇ ମଦନ ମୋହନ ପ୍ରଧାନ ଓ ତାଙ୍କ ସହଯୋଗୀ ମନଦୀପ କୁମାର ଦାସମୋଡ଼କ ଅଭିଯୋଗକାରୀଙ୍କ ଠାରୁ ୨୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ଟିମ୍ ଉଭୟଙ୍କୁ କାବୁ କରିଥିଲା । ସେମାନଙ୍କଠାରୁ ୨୦ ହଜାର ଟଙ୍କା ଜବତ କରାଯାଇଛି । ଟ୍ରାପ୍ ପରେ ଏଏସଆଇ ମଦନ ମୋହନ ପ୍ରଧାନଙ୍କ ସହ ସମ୍ପର୍କିତ ୩ଟି ସ୍ଥାନରେ ଚଢାଉ ଚାଲିଛି ।

Post Views43 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!