ଭାଇରାଲ ଭିଡିଓ ସହ ନାହିଁ ଢେଙ୍କାନାଳ ବନଖଣ୍ଡ ସହ ସମ୍ପର୍କ

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରରେ ବାଘ ଆତଙ୍କ ଦେଖିବାକୁ ମିଳିଛି। ପଶ୍ଚିମାଞ୍ଚଳ ରେଞ୍ଜ ମୁକ୍ତାପଶି ଫରେଷ୍ଟ କାଦବସନ୍ତ ଗାଁରେ ଏକ ଗାଇକୁ ଜଙ୍ଗଲ ଭିତରକୁ ଘୋଷାଡି ନେଇ ମାରିଦେଇଥିବା ଜଣାପଡିଛି। ଘଟଣାସ୍ଥଳରେ ସ୍ଥାନୀୟ ଲୋକ ଆତଙ୍କିତ ଅବସ୍ଥାରେ ଥିବାବେଳେ ବାଘକୁ ଠାବ ପାଇଁ ବନ ବିଭାଗ ଉଦ୍ୟମ ଜାରି ରଖିଛି। ଜଙ୍ଗଲକୁ ନଯିବା, ଗାଈଗୋରୁ , ଛେଳି ମେଣ୍ଢା ଆଦି ନଛାଡିବାକୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି ।

ସେହିପରି ସୋସିଆଲ ମିଡିଆରେ ଗ୍ରାମାଞ୍ଚଳ ଭିତରେ ଏବଂ ଗ୍ରାମ ନିକଟସ୍ଥ ଜଙ୍ଗଲରେ ବାଘ ବୁଲୁଥିବାର ଭିଡିଓ ଏବଂ ଫଟୋ ଭାଇରାଲ ହେବାରେ ଲାଗିଛି । ଯାହାକୁ ଢେଙ୍କାନାଳ ଜିଲ୍ଲାର ବୋଲି ଦର୍ଶାଯାଇଛି ।

ଅଧିକ ସୂଚନା ନିମନ୍ତେ ଢେଙ୍କାନାଳ ବନଖଣ୍ଡ ଅଧିକାରୀ ଶ୍ରୀ ସୁମିତ କୁମାର କରଙ୍କୁ ଯୋଗାଯୋଗ କରିବାରୁ ଉକ୍ତ ଭିଡିଓ ଗୁଡ଼ିକ ଢେଙ୍କାନାଳ ବନଖଣ୍ଡର ନୁହେଁ ବୋଲି ଦର୍ଶାଇଥିଲେ । ସେହିପରି ବାଘର କେବଳ ପାଦଚିହ୍ନ ଠାବ ହୋଇଥିଲେ ମଧ୍ୟ ବନ ବିଭାଗ ପକ୍ଷରୁ ଏଭଳି କୌଣସି ଫଟୋ କିମ୍ବା ଭିଡିଓ ଜାରି କରାଯାଇ ନାହିଁ ।

ଅନ୍ୟପଟେ ଉକ୍ତ ଘଟଣାକୁ ତଦନ୍ତ କରିଛି ତେଲୁଗୁପୋଷ୍ଟ ନାମକ ଏକ ଫ୍ୟାକ୍ଟ ଚେକ୍ ଅନୁଷ୍ଠାନ । ଭାଇରାଲ ହେଉଥିବା ଭିଡିଓ ଗୁଡ଼ିକ ଢେଙ୍କାନାଳ ଜିଲ୍ଲାର ନୁହେଁ ବୋଲି ପ୍ରସାରିତ କରିଛି ଏହି ସଂସ୍ଥା ।

Post Views32 Total Count

Apply Now


This will close in 0 seconds

error: Content is protected !!