ନୂଆପଡ଼ାରେ ଆଜି ସବୁ ଦଳ ଶକ୍ତି ପ୍ରଦର୍ଶନ

ନୂଆପଡ଼ାରେ ଆଜି ସବୁ ଦଳ ଶକ୍ତି ପ୍ରଦର୍ଶନ କରିବେ । ମିଶ୍ରଣ ପର୍ବର ଆୟୋଜନ କରି ବଳ ବଢ଼ାଉଥିବା ସବୁ ରାଜନୈତିକ ଦଳ ଆଜି ନୂଆପଡାରେ ନିଜ ନିଜର ଦମ୍ ଦେଖାଇବେ ।

ଶୋଭାଯାତ୍ରାରେ ଯାଇ ବିଜେପି ଓ କଂଗ୍ରେସ ପ୍ରାର୍ଥୀ ନାମାଙ୍କନ ଭରିବାର କାର୍ଯ୍ୟକ୍ରମ ରହିଛି । ଦଳୀୟ ନେତା ଓ କର୍ମୀଙ୍କ ସହ ବିଶାଳ ଶୋଭାଯାତ୍ରାରେ ଯାଇ ନାମାଙ୍କନ ଭରିବେ ବିଜେପି ପ୍ରାର୍ଥୀ ଜୟ ଢ଼ୋଲକିଆ ।

ଘର ଘର ବୁଲି ପ୍ରଚାର କରୁଥିବା କଂଗ୍ରେସ ପ୍ରାର୍ଥୀ ଘାସିରାମ ମଝୀ ମଧ୍ୟ ଶକ୍ତି ଦେଖାଇବେ । ବିଧିବଦ୍ଧ ଭାବେ ନାମାଙ୍କନ ଭରିବେ । ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ ବି ନୂଆପଡ଼ାରେ ଦମ ଦେଖାଇବାକୁ ଯୋଜନା କରିଛନ୍ତି । ନାମାଙ୍କନ ଦାଖଲ ପରେ ପ୍ରଚାର ମଇଦାନରେ ଆରମ୍ଭ ହେବ ଲଢେଇ ।

Post Views11 Total Count

Apply Now


This will close in 0 seconds

error: Content is protected !!