ଜୁନ ମାସରେ ମୁଖ୍ୟମନ୍ତ୍ରୀ ମେଟ୍ରୋ ଟ୍ରେନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରି ଶୁଭାରମ୍ଭ କରିପାରନ୍ତି। ମେଟ୍ରୋ ଟ୍ରେନ ପାଇଁ ସର୍ଭେ ସରି ଯାଇଛି। ଦିଲ୍ଲୀ ମେଟ୍ରୋ ରେଳ ନିଗମ ଏହାର ଡିପିଆର ପ୍ରସ୍ତୁତ କରୁଛି। ଏହା ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି। କେଉଁ ରୁଟରେ ଯିବ ମେଟ୍ରୋ ଯିବ ତାହା ଚିହ୍ନଟ ହୋଇଛି।
ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱରରୁ କଟକ ମେଟ୍ରୋ ଟ୍ରେନ ଚାଲିବ। ପରବର୍ତ୍ତୀ ସମୟରେ ଜଟଣୀ ଓ ପୁରୀକୁ ମେଟ୍ରୋ ଟ୍ରେନ ଯିବା ପାଇଁ ଯୋଜନା କରାଯାଉଛି। ୨୦୨୩ ଶେଷ ପୂର୍ବରୁ ଭୁବନେଶ୍ୱରରେ ମେଟ୍ରୋ ଟ୍ରେନ କାମ ଆରମ୍ଭ ହେବ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ମନ୍ତ୍ରୀ ଉଷା ଦେବୀ। ସେ କହିଛନ୍ତି, ଦିଲ୍ଲୀ ମେଟ୍ରୋ ରେଳ ନିଗମ ପରାମର୍ଶରେ ଡିପିଆର୍ ପ୍ରସ୍ତୁତି ଚାଲିଛି।
ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ପରେ ଜାଗା ମିଶନ, ଡ୍ରିଙ୍କ ଫର୍ମ ଟ୍ୟାପ, ମୁକ୍ତା ଯୋଜନା କାର୍ଯ୍ୟକାରୀ ହେଉଛି। ଏସଏଚଜି ଓ ବସ୍ତି ବାସିନ୍ଦାଙ୍କ ଉନ୍ନତି ଦିଗରେ କାର୍ଯ୍ୟ ଚାଲିଛି। ୧ଲକ୍ଷ ୬୨ ହଜାର ୩୨୭ଟି ଘର ନିର୍ମାଣ କରାଯାଇଛି। ସମସ୍ତ ୧୧୫ ପୌରାଞ୍ଚଳର ୨୦୫୫ ୱାର୍ଡରେ ଘରକୁ ଘର ଯାଇ ଅଳିଆ ସଂଗ୍ରହ କରାଯାଉଛି।

