ଦୁର୍ଗାପୁର ହସ୍ପିଟାଲ୍‌ରୁ ଡିସଚାର୍ଜ ହେଲେ ମେଡିକାଲ୍‌ ଛାତ୍ରୀ

 ଓଡ଼ିଆ ମେଡିକାଲ ଛାତ୍ରୀଙ୍କୁ ପଶ୍ଚିମବଙ୍ଗରେ ଦୁଷ୍କର୍ମ ଘଟଣାରେ ଦୁର୍ଗାପୁର ହସ୍ପିଟାଲ୍‌ରୁ ଡିସଚାର୍ଜ ହୋଇଛନ୍ତି ପୀଡ଼ିତା । ଡିସ୍‌ଚାର୍ଜ ନେଇ ମେଡିକାଲ୍‌ ପକ୍ଷରୁ ସୂଚନା ଦିଆଯାଇଛି । ପୀଡ଼ିତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ଆସିବା ପରେ ତାଙ୍କୁ ଡିସ୍‌ଚାର୍ଜ କରାଯାଇଥିବା କୁହାଯାଇଛି ।

ଆପଣଙ୍କୁ କହିରଖୁଛୁ ଯେ, ଗଣଦୁଷ୍କର୍ମର ଶିକାର ପରେ ଗତ ଶୁକ୍ରବାରରୁ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ଛାତ୍ରୀ । ଡିସଚାର୍ଜ ହୋଇଥିଲେ ମଧ୍ୟ  ପୀଡ଼ିତା ଆଉ କିଛି ଦିନ ପଶ୍ଚିମବଙ୍ଗରେ ରହିବେ ବୋଲି ସୂଚନା ମିଳିଛି । ମାମଲାର ତଦନ୍ତରେ ସହଯୋଗ ପାଇଁ ରହିବେ ବୋଲି କୁହାଯାଉଛି ।

ସୂଚନାଯୋଗ୍ୟ, ପଶ୍ଚିମବଙ୍ଗର ଦୁର୍ଗାପୁର ଜିଲ୍ଲାରେ ଓଡ଼ିଶାର ଜଣେ ମେଡିକାଲ କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ଆସିଥିଲା । ପରିବାର ସଦସ୍ୟଙ୍କ କହିବାନୁଯାୟୀ, ଶୁକ୍ରବାର ରାତିରେ ଘରୋଇ ମେଡିକାଲ କଲେଜ କ୍ୟାମ୍ପସ ବାହାରେ ଏପରି କାଣ୍ଡ ହୋଇଛି । ଦ୍ୱିତୀୟ ବର୍ଷର ଛାତ୍ରୀ ଜଣେ ବନ୍ଧୁଙ୍କ ସହ ରାତ୍ରୀଭୋଜନ କରିବାକୁ ଯିବା ସମୟରେ ଏହି ଘଟଣା ଘଟିଥିଲା । ଫଳରେ ଛାତ୍ରମାନେ ଉତ୍ତ୍ୟକ୍ତ ହୋଇ ପ୍ରତିବାଦ କରିଥିଲେ। ଛାତ୍ରୀଜଣକ ଓଡ଼ିଶାର ଜଳେଶ୍ୱରର ବାସିନ୍ଦା । ତାଙ୍କ ପରିବାର ସଦସ୍ୟଙ୍କ ଦ୍ୱାରା ଦାଖଲ କରାଯାଇଥିବା ଅଭିଯୋଗ ଆଧାରରେ ପୋଲିସ ତଦନ୍ତ କରୁଛି।

ଛାତ୍ରୀଙ୍କ ଅଭିଭାବକ ଗଣମାଧ୍ୟମକୁ କହିଛନ୍ତି ଯେ, ସେମାନଙ୍କ ଝିଅଙ୍କ ସାଙ୍ଗ ଏ ଘଟଣା ବାବଦରେ ଫୋନ୍ ମାଧ୍ୟମରେ ଜଣାଇଥିଲେ । ଫଳରେ ଶନିବାର ସକାଳେ ସେମାନେ ଦୁର୍ଗାପୁରରେ ପହଞ୍ଚିଥିଲେ। ଛାତ୍ରୀଙ୍କ ମା ଅଭିଯୋଗ କରିଛନ୍ତି ଯେ, ତାଙ୍କ ଝିଅ ଶୁକ୍ରବାର ରାତି ପ୍ରାୟ ୧୦ଟା ସମୟରେ ଜଣେ ବନ୍ଧୁଙ୍କ ସହ ରାତ୍ରୀଭୋଜନ କରିବାକୁ ଯାଇଥିବା ସମୟରେ ତାଙ୍କୁ “ଗଣଦୁଷ୍କର୍ମ” କରାଯାଇଥିଲା। ଛାତ୍ରୀଙ୍କ ବାପା କହିଛନ୍ତି, ଆମେ ଶନିବାର ସକାଳେ ଏଠାକୁ ଆସି ପୋଲିସରେ ଅଭିଯୋଗ କରିଥିଲୁ। ଏହି କଲେଜ ବେଶ ପ୍ରତିଷ୍ଠିତ ହୋଇଥିବାରୁ  ଆମେ ଝିଅକୁ ଡାକ୍ତରୀ ପଢ଼ିବା ପାଇଁ ଏଠାକୁ ପଠାଇଥିଲୁ।”

Post Views5 Total Count

Apply Now


This will close in 0 seconds

error: Content is protected !!