ଟୁଇଟରର ଲୋଗୋ ବଦଳାଇଲେ ମସ୍କ

ବ୍ଲୁ ବାର୍ଡରୁ ଏକ୍ସ । ଟୁଇଟରର ଲୋଗୋ ବଦଳାଇଲେ ଏଲନ୍‌ ମସ୍କ । ଏଣିକି ୱେବସାଇରେ X.com ଟାଇପ କଲେ ଖୋଲିବ ଟ୍ୱିଟର ।ଟ୍ବିଟରକୁ ଆହୁରି ଡେଭଲପ୍‌ କରିବାକୁ ଏଭଳି ନିଷ୍ପତ୍ତି ନେଇଛନ୍ତି ମସ୍କ । ଏବେ ଏହି ପ୍ଲାଟଫର୍ମ ଏକ୍ସ କର୍ପୋରେସନ କମ୍ପାନୀ ଅଧୀନରେ ରହିବ । ଏହା ଟ୍ୱିଟରର ପ୍ୟାରେଣ୍ଟ କମ୍ପାନୀ ହେବ । ସୋସିଆଲ ମିଡିଆ ସାଙ୍ଗକୁ ଟାକ୍ସି ବୁକିଂ, ସପିଂ, ପେମେଣ୍ଟ ଆଦି କରିବା ଅପସନ ରଖାଯାଇଥିବା ଜଣାପଡିଛି । ୧୯୯୯ ମସିହାରେ ମସ୍କ ଏକ୍ସ ଡଟ କମ୍‌ କମ୍ପାନୀ ଗଢିଥିଲେ । ଏବେ ଟ୍ୱିଟରର ୨ ଶହ ମିଲିୟନ ଆକଟିଭ ୟୁଜର୍ସ ଅଛନ୍ତି । ୨୦୨୨ରେ ଟ୍ୱିଟରକୁ ୪୪ ବିଲିୟନ ଡଲାରରେ କିଣିଥିଲେ ଟେସଲା ଟାଇକୁନ ଏଲନ ମସ୍କ ।

Post Views4 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!