କଟକ ଯାଉଛନ୍ତି ମହାମହିମ

କଟକ ଅଭିମୁଖେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ପ୍ରଥମେ  ମା’କଟକ ଚଣ୍ଡୀଙ୍କ ଦର୍ଶନ କରିବେ ରାଷ୍ଟ୍ରପତି । ମନ୍ଦିରରେପୂଜାର୍ଚ୍ଚନା ପାଇଁ 15 ମିନିଟ ରହିବେ । ସେଠାରୁ ଶୈଳବାଳା ମହିଳା ମହାବିଦ୍ୟାଳୟକୁ ଯାଇ ମଧୁବାବୁଙ୍କ ଜନ୍ମସ୍ଥାନରେ 15 ମିନିଟ ବିତାଇବେ । ପରେ ନେତାଜୀଙ୍କ ଜନ୍ମସ୍ଥାନ ସଂଗ୍ରହାଳୟ ଯାଇ ସୁଭାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ସହ 20 ମିନିଟ ସଂଗ୍ରହାଳୟ ବୁଲି ଦେଖିବେ । ସେଠାରୁ ବାହାରି ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମକୁ ଆସି ଓଡିଶା ହାଇକୋର୍ଟର 75 ତମ ପ୍ରତିଷ୍ଠା ସମାରୋହର ଉଦଯାପନୀ ଉତ୍ସବରେ ଯୋଗ ଦେବେ । ଏକ ଘଣ୍ଟାର କାର୍ଯ୍ୟକ୍ରମ ସାରି ସେ ବାରବାଟୀ କିଲ୍ଲା ପରିସରରେ ଥିବା ନ୍ୟାୟ ସଂଗ୍ରହାଳୟକୁ ଯାଇ 10 ମିନିଟ ଧରି ପରିଦର୍ଶନ କରିବେ । ସେଠୁ ମଧ୍ୟାହ୍ନ ଭୋଜନ ପାଇଁ ରାଷ୍ଟ୍ରପତି ହାଇକୋର୍ଟ ପରିସରକୁ ଯିବେ । ଏହାପରେ ଏସସିବି ମେଡିକାଲ କଲେଜର ବାର୍ଷିକ ଉତ୍ସବ ଓ ପରେ ଜାତୀୟ ଆଇନ ବିଶ୍ବବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗ ଦେଇ ଭୁବନେଶ୍ବର ଫେରିବେ ।

Post Views2 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!