ରତ୍ନଭଣ୍ଡାର ଭିତରେ ଗୁପ୍ତ ଭଣ୍ଡାର କି ଗୁପ୍ତ ସୁଡ଼ଙ୍ଗ ନାହିଁ । ତଥାପି ଲେଜର ସ୍କାନିଂ ପାଇଁ ସରକାରଙ୍କୁ କହିବୁ କହିଲେ ଜଷ୍ଟିସ ରଥ । ଏସ୍ଓପିରେ ଏନେଇ ବ୍ୟବସ୍ଥା ନଥିବାରୁ ସରକାରଙ୍କୁ ଅନୁରୋଧ କରିବୁ । ସରକାର ଏନେଇ ଅନୁମତି ଦେଲେ ଲେଜର ସ୍କାନିଂ ପାଇଁ ଆଗେଇବୁ । ସ୍କାନିଂର ଆବଶ୍ୟକତା ପଡ଼ିଲେ, ସରକାରଙ୍କ ଅନୁମତିରେ କରାଯିବ ।
ଅନ୍ୟପଟେ ପ୍ରଥମେ ଶ୍ରୀମନ୍ଦିର ବାହାରକୁ ଆସିଥିବା ସ୍ନେକ୍ ହେଲ୍ପଲାଇନ୍ ସଦସ୍ୟ କହିଛନ୍ତି ଭିତର ଭଣ୍ଡାରରେ ନାହିଁ ସାପ । ଭିତର ରତ୍ନଭଣ୍ଡାରରେ ଆଦୌ ଦେଖାଗଲେନି ସାପ । ସ୍ନେକ ହେଲ୍ପଲାଇନ ସଦସ୍ୟ ଶୁଭେନ୍ଦୁ ମଲ୍ଲିକ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ‘ଆମକୁ ଷ୍ଟାଣ୍ଡବାଇ ରଖାଯାଇଥିଲା, ଆମେ ପ୍ରସ୍ତୁତ ହୋଇ ରହିଥିଲୁ । ହେଲେ ସାପ ନଥିଲେ । ଆମେ ବାହାରେ ବସି ରହିଥିଲୁ, ଆମକୁ ଡକା ଗଲା ନାହିଁ । ଆମକୁ ଡକା ଗଲା ନାହିଁ ମାନେ ଭିତରେ ସାପ ନାହାନ୍ତି । ସାପ ଥିଲେ ଆମକୁ ନିଶ୍ଚିତ ଭାବେ ଡକା ଯାଇଥାନ୍ତା ।ସ୍ନେକ୍ ହେଲ୍ପଲାଇନ୍ ପରେ ଶ୍ରୀମନ୍ଦିର ପରିସରରୁ ବାହାରିଥିଲେ ଓଡ୍ରାଫ୍ ଟିମ୍ । ଆଜିର କାର୍ଯ୍ୟ ଶେଷ ହେଲା ପରେ ଟିମ୍ ବାହାରିଲେ । କିଛି ଅଘଟଣ ଘଟିଲେ ସହାୟତା ପାଇଁ ମୁତୟନ ଥିଲେ ।

