ଆଜି ରଥ ଆଜ୍ଞାମାଳ ବିଜେ

ଦିନକ ପରେ ରଥଯାତ୍ରା, ଚଳଚଞ୍ଚଳ ଜଗନ୍ନାଥ ଧାମ ପୁରୀ । ଆଜି ଶ୍ରୀମନ୍ଦିରରୁ ରଥଖଳାକୁ ରଥ ଆଜ୍ଞାମାଳ ବିଜେ ନୀତି ଅନୁଷ୍ଠିତ ହେବ। ରଥଖଳାରେ ପ୍ରସ୍ତୁତ ତିନିରଥରେ ଏହି ଆଜ୍ଞାମାଳ ଲାଗି ପରେ ରଥଖଳାରୁ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖ ଚକଡ଼ାକୁ ବିଜେ କରିବେ ତିନି ରଥ ।

ପୁରୀ ଶ୍ରୀମନ୍ଦିର ପ୍ରଶାସନ ଏବଂ ପୋଲିସ ପ୍ରଶାସନ ଏବଂ ସେବକମାନେ ତିନି ରଥକୁ ସିଂହଦ୍ୱାର ଚକଡ଼ାକୁ ଟାଣି ନେଇ ଉତ୍ତର ମୋଡ଼ ଦେବେ। ପରଦିନ ଅର୍ଥାତ୍‌ ଜୁଲାଇ ୭ ତାରିଖ ଶ୍ରୀଗୁଣ୍ଡିଚା ଯାତ୍ରାରେ ରଥ ପ୍ରତିଷ୍ଠା ପରେ ତିନିରଥରେ ବସି ଶ୍ରୀଗୁଣ୍ଡିଚା ଯାତ୍ରାରେ ବାହାରିବେ ଚତୁର୍ଦ୍ଧା ବିଗ୍ରହ। ଏଥିପାଇଁ ସ୍ବତନ୍ତ୍ର ନୀତିନିର୍ଘଣ୍ଟ ଚୂଡ଼ାନ୍ତ ହୋଇଛି। ଶନିବାର ରାତିରୁ ରଥଯାତ୍ରାର ପୂର୍ବପ୍ରସ୍ତୁତି ଆରମ୍ଭ ହେଉଥିବାରୁ ରାତି ପ୍ରାୟ ୭ଟାରୁ ଭକ୍ତଙ୍କ ଦର୍ଶନ ବନ୍ଦ କରାଯାଇଛି ।

Post Views96 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!