ସଟ୍ ଡାଉନ ହେଲା ଭାରତର ଦେଶୀ ଟ୍ୱିଟର ‘କୁ’

ବନ୍ଦ ହୋଇଛି ସୋସିଆଲ ମିଡିଆ ଷ୍ଟାର୍ଟଅପ୍ ‘କୁ। କମ୍ପାନୀର ସହ-ପ୍ରତିଷ୍ଠାତା ଅପ୍ରମେୟ ରାଧାକ୍ରିଷ୍ଣନ୍ କୁ ୱେବସାଇଟରେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି । କିଛି ଆଲୋଚନା ବିଫଳ ହେବାରୁ ଏଭଳିପଦକ୍ଷେପ କମ୍ପାନୀ ପକ୍ଷରୁ ନିଆଯାଇଛି ବୋଲି ଜଣାଯାଇଛି ।

ସୂଚନା ଅନୁଯାୟୀ ଏହି ସ୍ବଦେଶୀ ସୋସିଆଲ ମିଡିଆ ପ୍ଲାଟଫର୍ମର ଅଧିଗ୍ରହଣକୁ ନେଇ ବିଭିନ୍ନ କମ୍ପାନୀ ସହ ଆଲୋଚନା ଜାରି ରହିଥିଲା । ତେବେ ଏହି ଆଲୋଚନା ବିଫଳ ହେବା ପରେ କମ୍ପାନୀର ପ୍ରତିଷ୍ଠାତା ‘କୁ›କୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି।
‘କୁ’ କୁ ଟ୍ଵିଟର ବା ବର୍ତ୍ତମାନର ‘ଏକ୍ସ’ର ବିକଳ୍ପ ଭାବରେ ବିବେଚନା କରାଯାଉଥିଲା । ଏକ୍ସ ପୂର୍ବରୁ ଟୁଇଟର ଭାବରେ ଜଣାଶୁଣାଥିଲା। ଅପ୍ରମେୟ ରାଧାକ୍ରିଷ୍ଣନ୍ ଏବଂ ମାୟଙ୍କ ବିଡୱାତ ୨୦୧୯ରେ ‘କୁ’ ଆରମ୍ଭ କରିଥିଲେ। ଯେତେବେଳେ ଦିଲ୍ଲୀ ସୀମାରେ ତିନି କୃଷି ଆଇନକୁ ବିରୋଧ କରି କୃଷକ ଆନ୍ଦୋଳନ ସମୟରେ ସୋସିଆଲ ମିଡିଆ ପ୍ଲାଟଫର୍ମରୁ ବିରୋଧର ଭିଡିଓ ହଟାଇବା ନେଇ ଭାରତ ସରକାର ଏବଂ ଏକ୍ସ ମଧ୍ୟରେ ବିବାଦ ଦେଖାଦେଇଥିଲା, ସେତେବେଳେ ‘କୁ’ ସର୍ବସାଧାରଣରେ ଚର୍ଚ୍ଚାକୁ ଆସିଥିଲା। ପରିସ୍ଥିତି ଏପରି ହୋଇଥିଲା ଯେ ସରକାର ପ୍ରେସ ବିଜ୍ଞପ୍ତି ଜରିଆରେ ‘ଏକ୍ସ’ ପରିବର୍ତ୍ତେ ‘କୁ’ ଆସିବା ଆରମ୍ଭ ହୋଇଥିଲା।
ଆମେ ଆପ୍ ଚାଲୁ ରଖିବାକୁ ଚାହୁଁଥିଲୁ କିନ୍ତୁ ଏକ ସୋସିଆଲ୍ ମିଡିଆ ଆପ୍ ଚଲାଇବା ପାଇଁ ଟେକ୍ନୋଲୋଜି ସେବାଗୁଡ଼ିକର ମୂଲ୍ୟ ବହୁତ ଅଧିକ ଏବଂ ଏହି କାରଣରୁ ଆମକୁ ଏହି ନିଷ୍ପତ୍ତି ନେବାକୁ ପଡ଼ିଛି ବୋଲି କମ୍ପାନୀ ପକ୍ଷରୁ ଜଣାଯାଇଛି ।

Post Views41 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!