ନବୀନ ପୁଣି ନମ୍ବର ଓ୍ବାନ୍

ପୁଣି ଝଟକିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦେଶର ନମ୍ବର ଓ୍ବାନ ସିଏମ ନବୀନ । ଇଣ୍ଡିଆ ଟୁଡେ ମୁଡ୍ ଅଫ ଦି ନେସନ ସର୍ଭେରେ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ତାଲିକାର ଶୀର୍ଷରେ ନବୀନ । ମିଳିଛି ସର୍ବାଧିକ ୬୧. ୩ ପ୍ରତିଶତ ସମର୍ଥନ । ଶିକ୍ଷା, ସ୍ବାସ୍ଥ୍ୟ, ଶିଳ୍ପ, କ୍ରୀଡ଼ା, ପର୍ଯ୍ୟଟନ, ଯୋଗାଯୋଗ ଆଦି ସମସ୍ତ କ୍ଷେତ୍ରରେ ରାଜ୍ୟରେ ଯୁଗାନ୍ତକାରୀ ପରିବର୍ତ୍ତନ ଆଣିଥିବା ନବୀନଙ୍କୁ ପୁଣି ମିଳିଛି ଶ୍ରେୟ ।

ନବୀନଙ୍କ ନେତୃତ୍ବରେ ଚାଲିଥିବା ମୋ ସରକାର, ଫାଇଭ-ଟି ରୂପାନ୍ତରଣ ସାରା ଦେଶରେ ସାଜିଛି ଉଦାହରଣ । ସ୍ବଚ୍ଛ ଶାସନ, ପ୍ରଗତିଶୀଳ ଯୋଜନା ସାରା ଦେଶକୁ ଦେଖାଇଛି ବାଟ । ୨୫ ବର୍ଷ ଧରି ସାଢେ ୪ କୋଟି ଓଡ଼ିଆଙ୍କ ନିରନ୍ତର ସେବା କରିଆସିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅସୀମ ଲୋକପ୍ରିୟତା, ସୁଦକ୍ଷ ଶାସନ, ଉତ୍ତମ ବିଚାରଧାରା କାରଣରୁ ନବୀନ ବି ହୋଇଛନ୍ତି ଦେଶର ଦ୍ବିତୀୟ ସର୍ବାଧିକ କାଳ ଥିବା ମୁଖ୍ୟମନ୍ତ୍ରୀ । ବିଶ୍ବକପ୍ ହକିର ସଫଳତା, ବିଶ୍ବର ସର୍ବବୃହତ ହକି ଷ୍ଟାଡିୟମ ନିର୍ମାଣ ଆଦି କ୍ଷେତ୍ରରେ ସାରା ବିଶ୍ବରେ ଗୌରବ ସାଉଁଟିଛନ୍ତି ନବୀନ । ରାଜ୍ୟକୁ ପୁଞ୍ଜି ପ୍ରବାହ କ୍ଷେତ୍ରରେ ବି ଜାରି ରଖିଛନ୍ତି ଅଭିଯାନ । ମହାବାତ୍ୟା ଓ କୋଭିଡ ପରିଚାଳନାରେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଖ୍ୟାତି ସାଉଁଟିଥିବା ନବୀନ ଜାତୀୟ ରାଜନୀତିରେ ପାଲଟିଛନ୍ତି ରୋଲ୍ ମଡେଲ୍ ।

ସର୍ଭେରେ ଦ୍ବିତୀୟ ସ୍ଥାନରେ ଅଛନ୍ତି ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ । ତାଙ୍କୁ ୫୯. ୧ ପ୍ରତିଶତ ସମର୍ଥନ ମିଳିଛି । ୫୭.୭ ପ୍ରତିଶତ ସମର୍ଥନ ଲାଭ କରି ତୃତୀୟ ସ୍ଥାନରେ ରହିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ । ୫୫.୩ ପ୍ରତିଶତ ସମର୍ଥନ ପାଇ ଚତୁର୍ଥରେ ଅଛନ୍ତି ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ । ସେହିପରି ୪୯.୨ ପ୍ରତିଶତ ପାଇ ପଞ୍ଚମରେ ଅଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ।

Post Views63 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!