ବାତ୍ୟା ପାଇଁ କେନ୍ଦ୍ରାପଡାରେ ହୋଇଛି ଗଜଲକ୍ଷ୍ମୀ ପୂଜା ଭସାଣି

ବାତ୍ୟା ପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି। ସବୁଠି ସତର୍କ ସଚେତନ କରାଯାଉଛି। ଏଭଳି ପରିସ୍ଥିତିରେ ପ୍ରଶାସନର ଚେତାବନୀ ପରେ ଆଜି କେନ୍ଦ୍ରାପଡାରେ ଆରମ୍ଭ ହୋଇଛି ଗଜଲକ୍ଷ୍ମୀ ପୂଜା ଭସାଣି l ଧାର୍ଯ୍ୟ ସମୟ ପୂର୍ବରୁ ଶୋଭାଯାତ୍ରାରେ ବାହାରି ଦେବୀଙ୍କ ମୃଣ୍ମୟ ମୂର୍ତ୍ତି ବିସର୍ଜନ କରିବା ନେଇ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି l

ଚଳିତ ବର୍ଷ ବାତ୍ୟା ପାଇଁ ଗଜଲକ୍ଷ୍ମୀ ମେଳଣକୁ ବାତିଲ୍ କରି ଦିଆଯାଇଛି l ଆଜି ରାତି ସୁଦ୍ଧା ସମସ୍ତ ମେଢ଼ ବିସର୍ଜନ ପାଇଁ ପ୍ରଶାସନ ନିର୍ଦ୍ଦେଶ ଦେଇଛି l ତେଣୁ ନିରାଡମ୍ବର ଭାବେ କେନ୍ଦ୍ରାପଡା ପୌରାଞ୍ଚଳ ରେ ହୋଇଛି ମା ଲକ୍ଷ୍ମୀଙ୍କ ଭସାଣୀ ଉତ୍ସବ l

 

Post Views24 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!