ବାତ୍ୟା ପାଇଁ ଦୁଇ ଦିନ ବନ୍ଦ ରହିବ ନନ୍ଦନକାନନ

ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ଆସନ୍ତା ଦୁଇ ଦିନ ବନ୍ଦ ରହିବ ନନ୍ଦନକାନନ। ଆସନ୍ତା ୨୪ ଏବଂ ୨୫ ତାରିଖରେ ବନ୍ଦ ରହିବ ନନ୍ଦନକାନନ। ସମ୍ଭାବ୍ୟ ବାତ୍ୟା ପାଇଁ ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।

ସୂଚନାଯୋଗ୍ୟ ଯେ ଗୁରୁବାର ଭୀଷଣ ବାତ୍ୟାରେ ପରିଣତ ହୋଇ ସ୍ଥଳଭାଗ ଛୁଇଁବ ଦାନା। ୨୪ ରାତିରେ ୨୫ ସକାଳ ମଧ୍ୟରେ ଭିତରକନିକା-ଧାମରା ମଧ୍ୟରେ ଲ୍ୟାଣ୍ଡଫଲ୍ କରିବ ଦାନା। ବୁଧବାର ରାତିରୁ ଗୁରୁବାର ସକାଳ ମଧ୍ୟରେ ଭୀଷଣ ବାତ୍ୟାର ରୂପ ନେବ। ଲ୍ୟାଣ୍ଡଫଲ୍ ବେଳେ ୧୧୦ ରୁ ୧୨୦ ଯାଏଁ ପବନର ବେଗ ରହିବ। ୨୪ ଓ ୨୫ ତାରିଖରେ ବାତ୍ୟାର ପ୍ରଭାବ ଅଧିକ ରହିବ। ଏହା ଏବେ ପାରାଦୀପ ଠାରୁ ୫୨୦ ଓ ସାଗରଦ୍ଵୀପ ଠାରୁ ୬୦୦ କିମି ଦୂରରେ ରହିଛି। ବାତ୍ୟା ଏବେ ଘଣ୍ଟାପ୍ରତି ୧୫ କିମି ବେଗରେ ଗତି କରୁଛି। ବାତ୍ୟା ପ୍ରଭାବରେ ଉପକୂଳ ଓଡ଼ିଶାର କିଛି ସ୍ଥାନରେ ଝିପିଝିପି ବର୍ଷା ଆରମ୍ଭ ହୋଇଛି।

 

Post Views2 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!